ପାରାଦ୍ବୀପ ବନ୍ଦରକୁ ମିଳିଲା ସବୁଜ ‘ହାଇଡ୍ରୋଜେନ୍ ହବ୍ ଟ୍ୟାଗ୍’
ଜଗତସିଂହପୁର ଜିଲ୍ଲା ପାରାଦ୍ବୀପ ବନ୍ଦରକୁ ଆନୁଷ୍ଠାନିକ ଭାବରେ ସବୁଜ ହାଇଡ୍ରୋଜେନ୍ ହବ୍ (Green Hydrogen Hubs) ସ୍ବୀକୃତି ପ୍ରଦାନ କରିଛନ୍ତି ଭାରତ ସରକାରଙ୍କ ନୂତନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟ (MNRE) । ଏହାସହିତ ଜାତୀୟ ସବୁଜ ହାଇଡ୍ରୋଜେନ ମିଶନ (NGHM) ଅଧୀନରେ ପାରାଦ୍ବୀପ ସମେତ ଦେଶର ଆଉ ଦୁଇଟି ପ୍ରମୁଖ ବନ୍ଦର ଦୀନଦୟାଲ ବନ୍ଦର (ଗୁଜରାଟ) ଏବଂ ଭି.ଓ ଚିଦାମ୍ବରନାର ବନ୍ଦର (ତାମିଲନାଡୁ)କୁ ମଧ୍ୟ ଏହି ଟ୍ୟାଗ୍ ମିଳିଛି ।ସବୁଜ ହାଇଡ୍ରୋଜେନ୍ ହବ୍ ଭାବରେ ଏହି ବନ୍ଦରଗୁଡ଼ିକ ସ୍ବଚ୍ଛ ଶକ୍ତି ନବସୃଜନତାରେ ପ୍ରମୁଖ ଭୂମିକା ଗ୍ରହଣ କରିବ।ମନ୍ତ୍ରଣାଳୟ କହିଛି ଯେ ଏହି ବନ୍ଦରଗୁଡ଼ିକର ମାନ୍ୟତା ଶିଳ୍ପ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବ, ସବୁଜ ନିବେଶକୁ ଆକର୍ଷିତ କରିବ ଏବଂ ସ୍ବଚ୍ଛ ଇନ୍ଧନ ପ୍ରଯୁକ୍ତିବିଦ୍ୟାରେ ନବସୃଜନକୁ ପ୍ରୋତ୍ସାହିତ କରିବ, ଯାହା 2070 ସୁଦ୍ଧା ଶକ୍ତି ଆତ୍ମନିର୍ଭରଶୀଳତା ଏବଂ ନେଟ୍-ଶୂନ୍ୟ ନିର୍ଗମନ ହାସଲ କରିବାର ଭାରତର ବ୍ୟାପକ ଦୃଷ୍ଟିକୋଣକୁ ସମର୍ଥନ କରିବ ।
