ପାର୍ଟ ପ୍ଲଟ ପଞ୍ଜିକରଣ ପାଇଁ ଏସଓପି ଜାରି
ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଂଶ ପ୍ଲଟ ପଞ୍ଜୀକରଣକୁ ସହଜ ଓ ସ୍ଵଚ୍ଚ କରିବା ପାଇଁ ନୂଆ ମାନକ ପ୍ରକ୍ରିୟା (SOP) ଜାରି କରିଛି। ଏହା ପୂର୍ବ ନିୟମଗୁଡ଼ିକୁ ବାତିଲ କରି ଏକରୂପତା ଓ ଜନସାଧାରଣଙ୍କ ସୁବିଧା ପାଇଁ କାମ କରିବ।। ଏଥିରେ ମୁଖ୍ୟତଃ ଚାରିଟି ଦିଗ ଉପରେ ଫୋକସ କରାଯାଇଛି । ଗ୍ରାମାଞ୍ଚଳରେ ଜଳାଶୟ କିସମକୁ ଛାଡ଼ି, ପାର୍ଟ ପ୍ଲଟ୍ ପଞ୍ଜୀକରଣ ବିନା କୌଣସି ପୂର୍ବ ସର୍ତ୍ତରେ ଅନୁମତିପ୍ରାପ୍ତ । ଉପବିଭାଜନ ୫୦୦ ବର୍ଗ ମିଟରରୁ ଅଧିକ ହେବ ନାହିଁ । ପୂର୍ବରୁ ଥିବା ଛୋଟ ପ୍ଲଟ୍ ପାଇଁ ୨୦୨୫ ODA ଓ OTP ଏବଂ IT ଦ୍ୱିତୀୟ ସଂଶୋଧନ ନିୟମ ପୂର୍ବରୁ ୫୦୦ ବର୍ଗ ମିଟରରୁ କମ୍ ପ୍ଲଟଗୁଡ଼ିକର ଉପବିଭାଜନ ଅନ୍ୟ ପ୍ରଯୁଜ୍ୟ ନିୟମକୁ ଅଧୀନ ହୋଇ ଅନୁମତିପ୍ରାପ୍ତ ।
କୃଷିଜମି ପ୍ଲଟ୍ କ୍ଷେତ୍ରରେ ଯଦି ଜମି ଏହାର କୃଷି କିସମ ଶ୍ରେଣୀର ଥାଏ ତେବେ ଉପବିଭାଜନ ଅନୁମତିପ୍ରାପ୍ତ । ଆବେଦନକାରୀମାନଙ୍କୁ ଜମିର କୃଷି କାର୍ଯ୍ୟରେ ବ୍ୟବହାର ଜାରି ରହିବା ନେଇ ଏକ ସ୍ୱ-ଘୋଷଣା (ଫର୍ମ ଡି) ଦାଖଲ କରିବାକୁ ପଡ଼ିବ । ସହରାଞ୍ଚଳରେ ପାରିବାରିକ ସଂପତ୍ତିର ପାର୍ଟ ପ୍ଲଟ ପାଇଁ ରିଅଲ୍ ଇଷ୍ଟେଟ୍ ଉପଯୋଗ ପାଇଁ ଉଦ୍ଦିଷ୍ଟ ନ ଥିବା ଛୋଟ ଉପବିଭାଜନ ସହ-ଅଂଶୀଦାର ବିଭାଜନ ହୋଇପାରିବ । ତେବେ ଏଥିରେ ପାରସ୍ପରିକ ସହମତି ଏବଂ ସମାନୁପାତିକ ଅଂଶ ବଣ୍ଟନ ଥିବା ଜରୁରୀ ।ପଞ୍ଜୀକରଣ ଅଧିକାରୀମାନେ ମାନଚିତ୍ର, ସୀମା ଓ ଘୋଷଣା ଯାଞ୍ଚ କରି ନିୟମ ପାଳନ କରିବେ। ଏହି SOP ତୁରନ୍ତ ଲାଗୁ ହୋଇଛି।
