ପାର୍ବଣ ପାଇଁ କଟକ- ଭୁବନେଶ୍ୱରରେ ସୁରକ୍ଷା କଡାକଡି କ,ଏଥର ଟ୍ୱିନସିଟିରେ ୬୧ ପ୍ଲାଟୁନ୍ ଫୋର୍ସ ମୁତୟନ
ପାର୍ବଣ ପାଇଁ କଟକ- ଭୁବନେଶ୍ୱରରେ ସୁରକ୍ଷା କଡାକଡି କରାଯାଇଛି । ସାମ୍ବାଦିକ ସମ୍ମିଳନୀ କରି ପୋଲିସ କମିଶନର ଏସଦେବଦତ୍ତ ସିଂ ସୂଚନା ଦେଇଛନ୍ତି । ଏଥର ଟ୍ୱିନ ସିଟିରେ ୬୧ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ପୋଲିସ ସହ ୨୦ ପ୍ଲାଟୁନ ହୋମଗାର୍ଡ ମୁତୟନ ହୋଇଛନ୍ତି । । ୩ ଜଣ ଡିସିପି ରାଙ୍କ ଅଫିସର ମନିଟର କରିବେ। ୨୪ ଟି ମଣ୍ଡପରେ ମା’ଙ୍କ ମୂର୍ତ୍ତିରେ ସୁନା ଓ ରୂପା ଅଳଙ୍କାର ବ୍ୟବହାର ହେଉଥିବାରୁ ସେଠାରେ ସୁରକ୍ଷା ବ୍ୟବସ୍ଥା ବ୍ୟାପକ କରାଯାଇଛି। Drone ଦ୍ୱାରା ମଧ୍ୟ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ ହେବ । ୪ ଟି drone ର ବ୍ୟବସ୍ଥା ହୋଇଛି । ବିଦ୍ୟୁତ ଓ ନିଆଁରୁ ରକ୍ଷା କରିବାକୁ ବିଶେଷ ପଦକ୍ଷେପ ନିଆଯାଇଛି । ଭିଡ ଓ ଟ୍ରାଫିକ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦେଉଛୁ ।
ସ୍ମାର୍ଟ କଣ୍ଟୋଲ୍ ରୁମ୍ ଜରିଆରେ ପାର୍ବଣ ପରିଚାଳନା କରାଯିବା ସହ ସିସିଟିଭି ନଜରରେ ରହିଛି ସବୁ ପୂଜା ମଣ୍ଡପ। ତେବେ ଏନେଇ ସମସ୍ତଙ୍କ ସହଯୋଗ ଲୋଡ଼ିଲେ CP ଏସ୍. ଦେବଦତ୍ତ ସିଂ। ସମସ୍ତଙ୍କ ସହଯୋଗ ଲୋଡିଲେ କମିଶନରେଟ ପୋଲିସ ଏସଦେବଦତ୍ତ ସିଂ ।
