ପାଳିତ ହୋଇଛି 66 ତମ ପୋଲିସ ଶହୀଦ ସ୍ମୃତି ଦିବସ l’ଚଳିତବର୍ଷ ଦେଶରେ 191, ରାଜ୍ୟରେ 2 ପୋଲିସ ଶହୀଦ
ରାଜ୍ୟ ପୋଲିସ ମୁଖ୍ୟାଳୟ ପରିସରରେ 66 ତମ ପୋଲିସ ଶହୀଦ ସ୍ମୃତି ଦିବସ ପାଳିତ ହୋଇଯାଇଛି l ଏହି ଉପଲକ୍ଷେ ଆୟୋଜିତ ଏକ ସ୍ଵତନ୍ତ୍ର ଉତ୍ସବରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦେଶ ତଥା ମାତୃଭୂମିର ସୁରକ୍ଷା ଓ ସମ୍ମାନ ପାଇଁ କର୍ମକ୍ଷେତ୍ରରେ ଶହୀଦ ବୀରମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଡିଜିପି ଶ୍ରୀ ଖୁରାନିଆ କହିଛନ୍ତି, ‘କିଛି ବର୍ଷ ପୂର୍ବରୁ ପୋଲିସ ଶହୀଦମାନଙ୍କର ତାଲିକା ସଂଖ୍ୟା ବହୁତ ଲମ୍ବା ରହୁଥିଲା । ତେବେ ବର୍ତ୍ତମାନ ପରିସ୍ଥିତିରେ ଦେଶରେ ଶହୀଦମାନଙ୍କ ସଂଖ୍ୟା ବହୁ ମାତ୍ରାରେ ହ୍ରାସ ପାଇଛି । ଦେଶର ସମସ୍ତ ସୁରକ୍ଷା ବାହିନୀ ତଥା ପୋଲିସ କର୍ମଚାରୀଙ୍କର ଅକ୍ଲାନ୍ତ ପରିଶ୍ରମ ଓ ସାହସ ଯୋଗୁ ଏହା ସମ୍ଭବ ହୋଇପାରିଛି । ‘ଚଳିତ ବର୍ଷ ଭାରତ ବର୍ଷରେ ବିଭିନ୍ନ କେନ୍ଦ୍ରୀୟ ପୋଲିସ ବଳ ଓ ରାଜ୍ୟ ପୋଲିସରେ 191 ଜଣ ଆରକ୍ଷୀ ପ୍ରାଣବଳି ଦେଇ ନିଜ ମାତୃଭୂମିକୁ ଗୌରବାନ୍ଵିତ କରିଛନ୍ତି। ଏହି ଅବସରରେ କର୍ତ୍ତବ୍ୟ ସମ୍ପାଦନ କରୁଥିବା ସମୟରେ ସହିଦ ହୋଇଥିବା ରାୟଗଡା ଜିଲ୍ଲାର 2nd IR Bn. ର Constable/475 ଲକ୍ଷ୍ମଣ ମାଝୀ, UPD କଟକର OAPF /353 ଲୋକନାଥ ଶବରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରା ଯାଇଥିଲାା। ଉଭୟଙ୍କ ପରିବାରବର୍ଗଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ସ୍ଵତନ୍ତ୍ର ନିମନ୍ତ୍ରଣ କରାଯାଇ ଏହି ପବିତ୍ର ଦିବସରେ ସାମିଲ କରାଯାଇଥିଲା ।
