ପିଏମଶ୍ରୀ କିଶୋର ଚନ୍ଦ୍ର ସରକାରୀ ବିଦ୍ୟାଳୟରେ ବନମହୋତ୍ସବ ପାଳିତ, ବୃକ୍ଷ ହ୍ନି ଜୀବନ, ଗଛଟିଏ ପିଲାଟିଏ

ଗଣିଆ – (ବିଶ୍ୱରଂଜନ ସେଠି ) ଶୁକ୍ରବାର ଦିନ ପୂର୍ବାହ୍ରେ ପିଏମସି କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟରେ ଉତ୍ସାହ ଓ ଉଲ୍ଲାସରେ ୭୬ତମ ବନମହୋତ୍ସବ ପାଳିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷତ୍ରୀ ନିହାରବାଳା ରାଉତଙ୍କ ତତ୍ଵାବଧାନରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଶିକ୍ଷା ଅଧିକାରୀ ବିନୋଦିନୀ ପଣ୍ଡା ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ଭିତରେ ବିଦ୍ୟଳୟର ଶିକ୍ଷକ ପବିତ୍ର କୁମାର ବେହେରା, ସସ୍ମିତା ମଣ୍ଡଳ,
ସତ୍ୟଭାମା ସେନାପତି, ପ୍ରିୟବ୍ରତ ଦାଶ,ରାକେଶ କୁମାର ସାହୁ,ଦୀପକ
କୁମାର ମହାରଣା, ଅମ୍ଳାନ ତପନ ରାଉତ,ବିରେନ ନାୟକ, ଜ୍ୟୋତିର୍ମୟୀ
ମହାରଣା, ରିଙ୍କି ମଲ୍ଲିକ,କୈଶଲ୍ୟା ନାୟକ,ଉର୍ଜା ସାହୁ, ବିକାଶ ରଞ୍ଜନ
ମଲ୍ଲଙ୍କ ସମେତ ବିଦ୍ୟାଳୟର ସ୍କାଉଟ୍,ଗାଇଡର ଛାତ୍ର ଛାତ୍ରୀ
ପ୍ରମୁଖ ଯୋଗ ଦେଇଥିଲେ।


ବନମହୋତ୍ସବର ଉଦ୍ଦେଶ୍ୟ ହେଉଛି ପରିବେଶ ସୁରକ୍ଷା, ଗଛର ଗୁରୁତ୍ୱ ବିଷୟରେ ଜଣସାଧାରଣ ମଧ୍ୟରେ ସଚେତନତା ସୃଷ୍ଟି କରିବା ବୋଲି ମୁଖ୍ୟ ଅତିଥି ଶ୍ରୀମତୀ ପଣ୍ଡା କହିଥିଲେ। ବନମହୋତ୍ସବ ମାନେ ଗଛ ପ୍ରତି ଆଦର ଓ ପୃଥିବୀ ପ୍ରତି ଦାୟିତ୍ୱ ବୋଲି ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ରାଉତ କହିଥିଲେ।


ଏହି ଅବସରରେ ଛାତ୍ରଛାତ୍ରୀମାନେ ଗଛ ଲାଗାଇ ଏହାର ଦୟାଳୁ ବ୍ୟବହାର ବିଷୟରେ ଅନେକ ସୂଚନା ସମ୍ବନ୍ଧରେ ଶିଖି ପାରିଥିଲେ। ପ୍ରଧାନ ଶିକ୍ଷୟତ୍ରୀ ଗଛର ଗୁରୁତ୍ୱ, ପରିବେଶ ସଂରକ୍ଷଣ ଓ ଗ୍ରୀନ୍ କ୍ଲାସରୁମ୍ ତିଆରି ପ୍ରତି ଆଲୋକପାତ କରିଥିଲେ। ଛାତ୍ରଛାତ୍ରୀମାନେ ପୋଷ୍ଟର, ଗୀତ ଓ ନାଟିକା ମାଧ୍ୟମରେ ଗଛ ରୋପଣର ଉପକାରିତା ବ୍ୟାଖ୍ୟା କରି ସମସ୍ତେଙ୍କ ମନ ଜିତି ଥିଲେ। ଆମ୍ବ, ଲିମ୍ବ, ଲିମ୍ବ, ପାଟୁଳି, ଅର୍ଜୁନ, କରଞ୍ଜ, ବଉଳକୋଳି, ଫାଣପଣା, କଦମ୍ବ ଆଦି ବୃକ୍ଷରୋପଣ କରାଯାଇଥିଲା।

You might also like