ପିଏମ୍ କିଷାନରେ ସାମିଲ ହେବେ ସିଏମ୍ କିଷାନ ହିତାଧିକାରୀ

ଚାଷୀଙ୍କୁ ମିଳିବ ଅଧିକ ସହାୟତା । ରାଜ୍ୟ ସହ କେନ୍ଦ୍ର ଯୋଜନାର ମିଳିବ ଲାଭ । ପିଏମ୍ କିଷାନରୁ ଯୋଜନାରୁ ବାଦ ପଡ଼ିଥିବା ଚାଷୀଙ୍କୁ କରାଯିବ ସାମିଲ । ଏଥିପାଇଁ ରାଜ୍ୟ ସରକାର KYC ଅବଧିକୁ ବୃଦ୍ଧି କରିଛନ୍ତି ।କେ୍ୱାଇସି ଅବଧିକୁ ଆଉ ୬ ମାସ ବଢ଼ାଇଲେ ସରକାର । ୮ ସେପ୍ଟେମ୍ବରରୁ ଆଉ ୬ ମାସ ବୃଦ୍ଧି କରିଛନ୍ତି ସରକାର । ସିଏମ କିଷାନ ପାଉଥିବା ହିତାଧିକାରୀ ପିଏମ କିଷାନରେ କେ୍ୱାଇସି ଅପଡେଟ କରି ସାମିଲ ହୋଇପାରିବେ । ଏବେ ସିଏମ କିଷାନରେ ୫୧ ଲକ୍ଷ ୫୪ ହଜାର ଥିବା ବେଳେ ପିଏମ କିଷାନରେ ୩୪ ଲକ୍ଷ ୮୫ ହଜାର ହିତାଧିକାରୀ ସାମିଲ ଅଛନ୍ତି । ପୂର୍ବ ବର୍ଷ ଅପେକ୍ଷା ଅଧିକ ୬ ଲକ୍ଷ ହିତାଧିକାରୀ ପିଏମ କିଷାନରେ ସାମିଲ କରିଛନ୍ତି ନୂଆ ସରକାର ।