ପିଏମ ଶ୍ରୀ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପିଠର ବାର୍ଷିକ କ୍ରୀଡ଼ା ଉତ୍ସବ ଓ ବାର୍ଷିକ ଉତ୍ସବ ଉଦଘାଟିତ
ଗଣିଆ (ବିଶ୍ୱରଂଜନ ସେଠି) ସୋମବାର ଗଣିଆସ୍ଥିତ ପିଏମଶ୍ରୀ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠରେ ବାର୍ଷିକ କ୍ରୀଡ଼ା ଉତ୍ସବ-୨୦୨୫-୨୬ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ନିହାରବାଳା ରାଉତଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ବ୍ଳକ ଶିକ୍ଷା ଅଧିକାରୀ ଲିପ୍ସା ନନ୍ଦଯୋଗଦାନ କରିଥିବାବେଳେ ସମ୍ମାନିତ ଅତିଥିଭାବେ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଶରତ କୁମାର ସାହୁ, ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ ଅନିଲ କୁମାର ଦାଶ, ବ୍ୟଙ୍ଗ କବି ତଥା କଳାକାର ଆର୍ତତ୍ରାଣ ମିଶ୍ର ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସମୀର କୁମାର ସାହୁ ଯୋଗଦାନ କରିଥିଲେ । ପ୍ରଥମେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିବା ପରେ ଜଗନ୍ନାଥଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା । ପରେ ଅତିଥିମାନଙ୍କୁ ପୁଷ୍ପଗୁଛ ଓ ଉତରୀୟ ଦେଇ ସ୍ୱାଗତ କରାଯାଇଥିଲା । ଛାତ୍ର ଜୀବନରେ କ୍ରୀଡ଼ାର ଅମୂଲ୍ୟ ଭୁମିକା ରହିଛି ବୋଲି କହିବା ସହିତ କ୍ରୀଡ଼ା ଉତ୍ସବ ଶିଷ୍ଟାଚାର ଓ ସଫଳତାର ପଥ ବୋଲି ମୁଖ୍ୟ ଅତିଥି କହିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିଜ ବକ୍ତବ୍ୟରେ ଏହି କ୍ରୀଡ଼ା ଉତ୍ସବକୁ ପ୍ରତିଭାର ମଂଚ ବୋଲି କହିବା ସହ ଏହି ଉତ୍ସବ ଶିକ୍ଷା ସହିତ ସ୍ୱାସ୍ଥ୍ୟର ସମନ୍ୱୟ ବୋଲି କହିଥିଲେ । ଶେଷରେ କରାଯାଇଥିବା ବିଭିନ୍ନ କ୍ରୀକ୍ଷାରେ କୃତୀ ପ୍ରତିଯୋଗିୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଓ ଶିକ୍ଷା କର୍ମଚାରୀମାନେ ସହଯୋଗ କରିଥିଲେ ।
