ପିଏମ ଶ୍ରୀ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠର ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ

ଗଣିଆ -(ବିଶ୍ୱରଂଜନ ସେଠି) ମଙ୍ଗଳବାର ଦିନ ଗଣିଆସ୍ଥିତ ପିଏମଶ୍ରୀ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠରେ ବାର୍ଷିକ କ୍ରୀଡ଼ା ଉତ୍ସବ-୨୦୨୫-୨୬ ଉଦଯାପିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ନିହାରବାଳା ରାଉତଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦାନ କରିଥିବାବେଳେ ମୁଖ୍ୟ ବକ୍ତା ଭାବେ ନରସିଂପୁର ମହାବିଦ୍ୟାଳୟ ଅବସରପ୍ରାପ୍ତ ଅଧ୍ୟକ୍ଷ କୁଳମଣୀ ଵାରିକି। ଯୋଗ ଦେଇଥିବା ବେଳେ ସ୍ଵତନ୍ତ୍ର ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ସାହିତିକ୍ୟ ପ୍ରଧନୀ ବୃନ୍ଦାବନ ମହାପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ। ଗଣିଆ ବ୍ଲକ ଅଧ୍ୟକ୍ଷା ଝୁନା ଜେନା , ଗଣିଆ ସରପଞ୍ଚ ଗିରିଧାରୀ ସେଠୀ , ସମିତି ସଭ୍ୟ ଫକିର ମୋହନ ଡାକୁଆ , ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସମିର କୁମାର ସାହୁ ଓ ବିଦ୍ୟାଳୟ ପଞ୍ଚସଖା ସେତୁ ସଂଗଠନର ସଭାପତି ଦେବାନନ୍ଦ ମିଶ୍ର ମଞ୍ଚାସିନ ଥିଲେ । ପ୍ରଥମେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିବା ପରେ ଜଗନ୍ନାଥଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା । ପରେ ଅତିଥିମାନଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସ୍ୱାଗତ କରାଯାଇଥିଲା । ବିଦ୍ୟାଳୟ ଶିକ୍ଷୟତ୍ରୀ ଊର୍ଜା ସାହୁ ଓ ସସ୍ମିତା ମଣ୍ଡଳ ମଞ୍ଚ ପରିଚାଳନା କରିଥିଲେ ।ଛାତ୍ର ଜୀବନରେ କ୍ରୀଡ଼ାର ଅମୂଲ୍ୟ ଭୁମିକା ରହିଛି ବୋଲି କହିବା ସହିତ କ୍ରୀଡ଼ା ଉତ୍ସବ ଶିଷ୍ଟାଚାର ଓ ସଫଳତାର ପଥ ବୋଲି ମୁଖ୍ୟ ଅତିଥି କହିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରି ନିଜ ବକ୍ତବ୍ୟରେ ଏହି କ୍ରୀଡ଼ା ଉତ୍ସବକୁ ପ୍ରତିଭାର ମଂଚ ବୋଲି କହିବା ସହ ଏହି ଉତ୍ସବ ଶିକ୍ଷା ସହିତ ସ୍ୱାସ୍ଥ୍ୟର ସମନ୍ୱୟ ବୋଲି କହିଥିଲେ । ଶେଷରେ କରାଯାଇଥିବା ବିଭିନ୍ନ କ୍ରୀକ୍ଷାରେ କୃତୀ ପ୍ରତିଯୋଗିୀଙ୍କୁ ମଞ୍ଚାସିନ ଅତିଥି ମାନେ ପୁରସ୍କୃତ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଓ ଶିକ୍ଷା କର୍ମଚାରୀମାନେ ସହଯୋଗ କରିଥିଲେ ।