ପିକନିକ୍ ସ୍ପଟ୍ର ପ୍ରବେଶ ଓ ପ୍ରସ୍ଥାନ ଯାଞ୍ଚ ନିର୍ଦ୍ଦେଶ
ପିକନିକ୍ ପାଇଁ ବାଣିଜ୍ୟ ପରିବହନ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶ କ୍ରମେ ପିକନିକ୍ ଋତୁରେ ହେଉଥିବା ଦୁର୍ଘଟଣା ହ୍ରାସ କରିବା ପାଇଁ ମାର୍ଗଦର୍ଶିକାର କଠୋର ପାଳନ କରାଯିବ। ସମସ୍ତ ଆରଟିଓ ଏବଂ ଏଆରଟଓିଙ୍କୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଜାରି ମାର୍ଗଦର୍ଶିକା ଅନୁସାରେ, ମଦ୍ୟପାନଜନିତ ଦୁର୍ଘଟଣା ରୋକିବାକୁ ପର୍ଯ୍ୟଟକଙ୍କ ବ୍ରେଥ୍ ଆନାଲାଇଜର ଟେଷ୍ଟ ହେବ । ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ। ଓଭରଲୋଡିଂ, ଅସୁରକ୍ଷିତ ପରିବହନ, ଯାନର ବେଆଇନ୍ ବ୍ୟବହାର କଲେ ଆକ୍ସନ ନିଆଯିବ । ପ୍ରମୁଖ ବଣଭୋଜି ସ୍ଥଳରେ ମୁତୟନ ହେବେ ସ୍ବତନ୍ତ୍ର ଏନ୍ଫୋର୍ସମେଣ୍ଟ ଟିମ୍ । ପିକନିକ୍ ସ୍ପଟ୍ର ପ୍ରବେଶ ଓ ପ୍ରସ୍ଥାନ ପଥରେ ଯାଞ୍ଚ କରାଯିବ । ପିକନିକ୍ ବାହାରୁଥିବା ଗାଡ଼ିଗୁଡ଼ିକ ଆରଟିଓଙ୍କ ଠାରୁ ପରମିଟ୍ ନେବା ଆବଶ୍ୟକ। ପିକନିକ୍ ଯାଉଥିବା ଗାଡ଼ିରେ ସମସ୍ତ ଡକ୍ୟୁମେଣ୍ଟ ରହିବା ଜରୁରୀ । ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲର ଶିକ୍ଷକ ଏବଂ କଲେଜ ଅଧ୍ୟାପକ ମଧ୍ୟ ରହିବେ। ପର୍ଯ୍ୟଟନ ବିଭାଗ ପାର୍କିଂ, ସାଇନେଜ୍ ଓ ଯାତ୍ରୀ ସଂଖ୍ୟା ରେକର୍ଡ ରଖିବ। ରାସ୍ତା ନିର୍ମାଣକାରୀ ସଂସ୍ଥା ଆବଶ୍ୟକୀୟ ରାସ୍ତା ମରାମତି କରିବେ। ସାଇନେଜ୍, ହାଜାର୍ଡ ମାର୍କର , ବାରିକେଡ୍ ସୁଧାର କରିବେ।କୁହୁଡ଼ିକୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ସଚେତନତା ଗ୍ରହଣ କରାଯିବ ।
