*ପିକ ଉପ ଭେନ ଧକ୍କା ରେ ବାଇକ ଚାଳକ ଙ୍କ ମୃତ୍ୟୁ*
କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରୁପ୍ରା ଦେଇ ପଲମକୁ ସଂଯୋଗ କରୁଥିବା ପିଡବ୍ଲୁଡି ରାସ୍ତାର ଟକର୍ଲା ଗ୍ରାମ ପଞ୍ଚାୟତ ଅଧିନ ଆଲିମ୍ ନିକଟରେ ରବିବାର ଅପରାହ୍ନରେ ବାଇକ୍ ଓ ପିକ୍ଅପ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ବାଇକ୍ ଚାଳକଙ୍କ ଶୋଚନୀୟ ଭାବରେ ମୃତ୍ୟୁ ଘଟିଥିବା ଜଣାପଡିଛି। ସୂଚନା ମୁତାବକ କେସିଙ୍ଗା ଆଦର୍ଶ ଥାନା ଅନ୍ତର୍ଗତ ପରଲସିଙ୍ଗା ଗ୍ରାମ ପଞ୍ଚାୟତ ଅଧିନ ରୈନପଡା ଗ୍ରାମର ଗୌରାଙ୍ଗ ନାଏକଙ୍କ ଏକମାତ୍ର ପୁଅ କୋଦଣ୍ଡ ନାଏକ ଓରଫ୍ କୁନା ୨୪ବର୍ଷ କୌଣସି କାମରେ ବାଇକରେ ବନ୍ଧପଡା ଯାଇ ଫେରୁଥିବା ସମୟରେ ବଲାଙ୍ଗୀର ଜିଲ୍ଲାର ଉକ୍ତ ପିକ୍ଅପ୍ ସହ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି |ତେବେ ଦୁର୍ଘଟଣା ଘଟିବା ପରେ ପିକ୍ଅପର ଡ୍ରାଇଭର୍ ଫେରାର୍ ହୋଇଯାଇଥିଲା । ଉକ୍ତ ଘଟଣା ସମ୍ପର୍କରେ ପଲମ ଫାଣ୍ଡି ଅଧିକାରୀ ସୁବୋଧ ଫୁଲ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି କେସିଙ୍ଗା ଆଦର୍ଶ ଥାନାକୁ ଅବଗତ କରାଇଥିଲେ। ପରେ ଏସଡ଼ିପିଓ ସନ୍ଦୀପ ମାଝୀ ଓ ପୁଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପରିବାରବର୍ଗ ଓ ଲୋକଙ୍କୁ ବୁଝାସୁଝା କରିଥିଲେ। ସେହିପରି ପିକ୍ଅପ୍ ମାଲିକ ପହଞ୍ଚିବା ପରେ ପୁଲିସ୍ ଉପସ୍ଥିତିରେ କ୍ଷତିପୂରଣ ବାବଦରେ ବୁଝାମଣା ହୋଇଥିଲା। ଏକଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ପରେ ଶବ ଉଠିଥିଲା। ବ୍ୟବଚ୍ଛେଦ ନିମନ୍ତେ କେସିଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। କଳାହାଣ୍ଡି ରୁ ଶେଖର ସୁମନ ଦାଶ ଙ୍କ ରିପୋର୍ଟ HR TV ଓଡ଼ିଆ
