ପିୟୁସିସିକୁ ନେଇ ବିବ୍ରତ ନ ହେବାକୁ ପରାମର୍ଶ : ପରିବହନ ବିଭାଗ

ଏବେ ପଲୁସନ୍ ସାର୍ଟିଫିକେଟ ପାଇଁ ସଚେତନ କରାଯିବ। ଜାନୁଆରୀ ୧ରୁ ସଡ଼କ ସୁରକ୍ଷା ସପ୍ତାହ ଆରମ୍ଭ ହେବ। ସେହି ଦିନରୁ ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ପେଟ୍ରୋଲ ପମ୍ପ କର୍ମଚାରୀ ମାନେ ମଧ୍ୟ ପେଟ୍ରୋଲ ପମ୍ପରେ ଗ୍ରାହକଙ୍କୁ ସଚେତନ କରିବେ। ପେଟ୍ରୋଲ ପମ୍ପ ନିକଟରେ pucc ସାର୍ଟିଫିକେଟ କରିବାକୁ ମଧ୍ୟ ବ୍ୟବସ୍ଥା କରାଯିବ।ବୈଧ ପଦୂଷଣ ପ୍ରମାଣପତ୍ର ନ ଥିଲେ ଇନ୍ଧନ ମନା ପ୍ରସଙ୍ଗରେ କୌଣସି ଗୁଜବର ଶିକାର ହୋଇ ବିବ୍ରତ ନ ହେବାକୁ ଜନସାଧରଣଙ୍କୁ ପରିବହନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହା କେବଳ ନିୟମ ଉଲ୍ଲଘଂନକାରୀଙ୍କ ଉପରେ ଅଙ୍କୁଶ ଲଗାଇବାକୁ ପଦକ୍ଷେପ ବୋଲି ସୂଚନା ଦିଆଯାଇଛି।

ଇ-ଚାଲାଣ ବକେୟା ଥିଲେ ପ୍ରଦୂଷଣ ଯାଞ୍ଚରେ ଯେଉଁ ପ୍ରତିବନ୍ଧକକୁ ନେଇ ସ୍ପଷ୍ଟ କରାଯାଉଛି ଯେ କେନ୍ଦ୍ରୀୟ ମୋଟର ଯାନ ନିୟମାବଳୀ ଅନୁଯାୟୀ ୯୦ ଦିନରୁ ଅଧିକ ଦିନ ଧରି ବକେୟା ଥିବା ଇ-ଚାଲାଣ ପାଇଁ ଏହା ଲାଗୁ ହୋଇଥାଏ। ୯୦ ଦିନରୁ କମ ଦିନ ବକେୟା ଥିବା ଚାଲାଣ ପାଇଁ ବୈଧ ପ୍ରଦୂଷଣ ପତ୍ର ପାଇବାରେ କୌଣସି ପ୍ରତିବନ୍ଧକ ନାହିଁ। ଏହା ସହ ଇ-ଚାଲାଣରେ ଓଟିଏସ ଯୋଜନାରେ ୩୧ ଜୁଲାଇ ୨୦୨୫ ପର୍ଯ୍ୟନ୍ତ ବକେୟା ଥିବା ଇ-ଚାଲାଣ ପୈଠକରେ ରିହାତି ମଧ୍ୟ ପ୍ରଦାନ କରାଯାଉଛି।ଅନଲାଇନରେ ଇ-ଚାଲାଣ ପୈଠ ପାଇଁ https://echallan.parivahan.gov.in ୱେବସାଇଟ ରହିଛି।
​​​​​​​