ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ଆତ୍ମସମର୍ପଣ କରିଛନ୍ତି ଫେରାର୍ ଅଭିଯୁକ୍ତ ସୁଦର୍ଶନ ଜେନା

ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ଆତ୍ମସମର୍ପଣ କରିଛନ୍ତି ଫେରାର୍ ଅଭିଯୁକ୍ତ ସୁଦର୍ଶନ ଜେନା । ବ୍ରହ୍ମପୁରର ବୈଦ୍ୟନାଥପୁର ଥାନାରେ ଆତ୍ମସମର୍ପଣ କରିଛନ୍ତି । ବିଜେଡି ନେତା ବିକ୍ରମ ପଣ୍ଡାଙ୍କ ସହେଯାଗୀ ଥିଲା ସୁଦର୍ଶନ ଜେନା । ସୂଚନାଯୋଗ୍ୟ, ପୀତବାସ ପଣ୍ଡା ହତ୍ୟା ମାମଲାର ପର୍ଦ୍ଦାଫାସ କରି ବିକ୍ରମ ପଣ୍ଡା ସମେତ ୧୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ଦେଇଥିଲେ ବ୍ରହ୍ମପୁର ଏସ୍ପି । ଏହା ସହ ସେ ବଡ ଖୁଲାସା କରି କହିଥିଲେ ଯେ ହତ୍ୟା କରିବା ପାଇଁ ୫୦ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା, ୧୦ ଲକ୍ଷ ଟଙ୍କା ଆଡଭାନ୍ସ ଦିଆଯାଇଥିଲା । ହତ୍ୟା ପରେ ଆଉ ୪୦ ଲକ୍ଷ ଟଙ୍କା ଦେବା ପାଇଁ ଡିଲ୍ ହୋଇଥିଲା ।