ପୀତବାସ ପଣ୍ଡା ହତ୍ୟା ମାମଲାର ପରିଚାଳନା କରିବେ ଦୁଇ ବରିଷ୍ଠ ଓକିଲ

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । ମାମଲା ଲଢିବା ପାଇଁ ଦୁଇ ସ୍ବତନ୍ତ୍ର ସରକାରୀ ଓକିଲଙ୍କୁ ନିୟୋଜିତ କରିବାକୁ ବ୍ରହ୍ମପୁର ଏସ୍‌ପି ଚିଠି ଲେଖିଛନ୍ତି । ସରକାରଙ୍କ ତରଫରୁ ବ୍ରହ୍ମପୁର କୋର୍ଟରେ କେସ୍ ପରିଚାଳନା ପାଇଁ ହାଇ କୋର୍ଟରେ କାର୍ଯ୍ୟରତ ତଥା ସିବିଆଇର ଆଇନ ପରାମର୍ଶଦାଦା ରହିଥିବା ଆଇନଜୀବୀ କାଳୀ ଚରଣ ମିଶ୍ରଙ୍କୁ ସ୍ୱତନ୍ତ୍ର ପିପି ରୂପେ ଏବଂ ବରିଷ୍ଠ ଆଇନଜୀବୀ ଅବିନାଶ ପାଢ଼ୀଙ୍କୁ ସ୍ୱତନ୍ତ୍ର ଅତିରିକ୍ତ ପିପି ରୂପେ ନିଯୁକ୍ତି ଦେବା ପାଇଁ ବ୍ରହ୍ମପୁର ଏସପି, ଓଡିଶା କ୍ରାଇମ ବ୍ରାଞ୍ଚ ପୋଲିସ ଡିଜିଙ୍କୁ ପତ୍ର ମାଧ୍ୟମରେ ନିବେଦନ କରିଛନ୍ତି ।ସେପଟେ ବ୍ରହ୍ମପୁର ଜେଲରୁ ଫୁଲବାଣୀ ଜେଲ୍‌ ଅଭିମୁଖେ ବାହାରିଲା ପିଣ୍ଟୁ ଦାସ । ବ୍ରହ୍ମପୁରରୁ କଡ଼ା ସୁରକ୍ଷା ବଳରେ ଫୁଲବାଣୀ ଜେଲ ଅଭିମୁଖେ ବାହାରିଛି ପୂର୍ବତନ ମେୟର ଶିବ ଶଙ୍କର ଦାସ ଓରଫ ପିଣ୍ଟୁ ଦାସ ।