ପୀତବାସ ହତ୍ୟା ମାମଲା , ବିଜେଡି ନେତା ବିକ୍ରମ ପଣ୍ଡାଙ୍କ ଗିରଫ

ପୀତବାସ ହତ୍ୟା ମାମଲା , ବିଜେଡି ନେତା ବିକ୍ରମ ପଣ୍ଡାଙ୍କୁ ଗିରଫ କଲା ପୁଲିସ । ପୁଲିସ ଭ୍ୟାନ୍‌ରେ ବିକ୍ରମଙ୍କୁ କୋର୍ଟ ନେଲା ପୁଲିସ । ମଙ୍ଗଳବାର ରାତିରୁ ବିକ୍ରମ ପଣ୍ଡାକୁ ଅଟକ ରଖି ଜେରା କରୁଥିଲା ପୋଲିସ ।ସୂଚନା ଅନୁଯାୟୀ, ମଙ୍ଗଳବାର ରାତି ପ୍ରାୟ ସାଢ଼େ ୧୧ଟା ବେଳେ ବିଜେଡିର ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ବ୍ରହ୍ମପୁର ପୁଲିସ ଉଠାଇ ନେଇଥିଲା । ରାତିରେ ବିକ୍ରମ ପଣ୍ଡାଙ୍କୁ ବ୍ରହ୍ମପୁର ଆମ୍ବପୁଆ ସ୍ଥିତ ପୁଲିସ ରିଜର୍ଭ କାର୍ଯ୍ୟାଳୟରେ ଅଟକ ରଖି ପଚରାଉଚରା କରାଯାଇଥିଲା । ପୁଲିସର ୪ଟି ତଦନ୍ତକାରୀ ଟିମ୍ ବିକ୍ରମଙ୍କୁ ପଚରାଉଚରା କରିଥିଲେ । ପୂର୍ବରୁ ଅଟକ ଥିବା ସାର୍ପ ସୁଟର, କର୍ପୋରେଟର, ରାଜନେତା, ଅପରାଧିଙ୍କ ସହ ବିକ୍ରମଙ୍କୁ ମୁହାଁମୁହିଁ ଜେରା କରାଯାଇଥିଲା । ଏହା ପରେ ବୁଧବାର ସକାଳୁ ବିଜେଡିର ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, କର୍ପୋରେଟର ମଳୟ ବିଷୋୟୀ, ମଦନ ଦଳେଇ, ପୂର୍ବତନ ମେୟର ଶିବଶଙ୍କର ଦାସ, କାଳିଆ ଭୂୟାଁ, ଯୋଗୀ ରାଉତ, ରାଜେନ୍ଦ୍ର ସାହୁ, ଚିନ୍ତୁ ପ୍ରଧାନଙ୍କୁ ପୁଲିସ ଗିରଫ କୋର୍ଟ ଚାଲାଣ କରିଛି ।