ପୁଅକୁ ନେଇ ସର୍ବିୟା ଚାଲିଗଲେ ନତାଶା

ଯେଉଁ ଖବର ବେଶ କିଛି ଦିନ ହେବ ସୋସିଆଲ ମିଡିଆରେ ଘୁରିବୁଲୁଥିଲା ସେକଥା ଏବେ ସତ ହୋଇଛି ।ଭାରତୀୟ ଅଲ୍‌ରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଓ ତାଙ୍କ ପତ୍ନୀ ସର୍ବିୟା ନର୍ତ୍ତକୀ ନତାଶା ଷ୍ଟାଙ୍କୋଭିକ୍‌ଙ୍କ ଆନୁଷ୍ଠାନିକ ବିବାହ ବିଚ୍ଛେଦ ଘଟିଛି। ଏହି ଖବରକୁ ଗୁରୁବାର ହାର୍ଦିକ ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ୍‌ରେ ସ୍ପଷ୍ଟ କରିଛନ୍ତି। ଆପୋସ ବୁଝାମଣା ମଧ୍ୟରେ ଆମେ ପରସ୍ପରଠାରୁ ଅଲଗା ହେଉଛୁ କିନ୍ତୁ ପୁତ୍ର ଅଗସ୍ତ୍ୟର ଯୁଗ୍ମଅଭିଭାବକ ରହିବୁ ବୋଲି ହାର୍ଦିକ ଦର୍ଶାଇଛନ୍ତି। ଅଗସ୍ତ୍ୟର ଖୁସି ଓ ଭବିଷ୍ୟତ ପାଇଁ ସବୁକିଛି କରିବୁ। ୪ ବର୍ଷର ସମ୍ପର୍କ ପରେ ଆମେ ଏବେ ପରସ୍ପରର ସ୍ବାର୍ଥ ପାଇଁ ଅଲଗା ହେଉଛୁ। ଶ୍ରେଷ୍ଠ ପ୍ରୟାସ ସତ୍ତ୍ବେ ବିବାହକୁ ବଞ୍ଚାଇ ପାରିଲୁ ନାହିଁ। କିନ୍ତୁ ପରସ୍ପରକୁ ସମ୍ମାନ ଦେଉଛୁ ବୋଲି ହାର୍ଦିକ ଉଲ୍ଲେଖ କରିଛନ୍ତି।ବିବାହ ବିଚ୍ଛେଦ ପରେ ପୁଅ ଅଗସ୍ତ୍ୟକୁ ନେଇ ନତାଶା ସବୁଦିନ ପାଇଁ ଭାରତ ଛାଡିଥିବା କୁହାଯାଇଛି । ମୁମ୍ବାଇ ବିମାନବନ୍ଦରର ଏହି ଭିଡିଓ ଭାରତ ଛାଡିବା ସମୟର ବୋଲି କୁହାଯାଉଛି । ସେଲିବ୍ରେଟି ଯୋଡିଙ୍କ ପ୍ରେମ ସର୍ମ୍ପକ ୫ବର୍ଷ ପୁରୁଣା । ନାଇଟ କ୍ଲବରୁ ଦେଖା ପରେ ଜୀବନସାଥୀ ହୋଇଥିଲେ ।

୨୦୨୦ ସମୟରେ ହଠାତ ସୋସିଆଲ ମିଡିଆରେ ହଠାତ ଏକ ଭିଡିଓ ବେଶ ଭାଇରାଲ ହୋଇଥିଲା । ଯେଉଁ ସମୟରେ ନତାଶାଙ୍କୁ ହାର୍ଦ୍ଦିକଙ୍କ ପ୍ରପୋଜ ଭିଡିଓ ଭାଇରାଲ ହୋଇଥିଲା । କିଛି ଦିନ ପରେ କୋର୍ଟ ମ୍ୟାରେଜ ଓ ମା’ ହେବା ଘୋଷଣା କରିଥିଲେ ନତାଶା । ପରେ ହିନ୍ଦୁ ଓ କ୍ୟାଥଲିକ ରୀତିନିତି ସହ ୩ଥର ବିବାହ କରିଥିଲେ ଉଭୟ ଚର୍ଚ୍ଚାରେ ରହିଥିଲେ ।