ପୁଡୁଚେରୀ ଠାରୁ ୩୦୦ କିଲୋମିଟର ଦୂରରେ ‘ମିଗଜାଉମ୍’

ବଙ୍ଗୋପସାଗରରେ ଗଭୀର ଅବପାତ ଏବେ ବାତ୍ୟା ‘ମିଚାଉଙ୍ଗ’ରେ ପରିଣତ ହୋଇଛି। ଏହା ଆସନ୍ତା ୫ ତାରିଖରେ ଆନ୍ଧ୍ରପ୍ରଦେଶ ସଂଲଗ୍ନ ଉତ୍ତର ତାମିଲନାଡ଼ୁ-ପୁଡୁଚେରୀ ମଧ୍ୟରେ ସ୍ଥଳଭାଗ ଛୁଇଁବ ।ଏହା ଘଣ୍ଟା ପ୍ରତି ୬ କିଲୋମିଟର ବେଗରେ ଗତି କରୁଛି। ଏବେ ଏହା ପୁଡୁଚେରୀ ଠାରୁ ୩୦୦ ଓ ଚେନ୍ନାଇ ଠାରୁ ୩୧୦ କିଲୋମିଟର ଦୂରରେ ରହିଛି। ବାତ୍ୟା ‘ମିଚାଉଙ୍ଗ’ରେ ଆସନ୍ତାକାଲି ପୂର୍ବାହ୍ନରେ ଦକ୍ଷିଣ ଆନ୍ଧ୍ର ଓ ଉତ୍ତର ତାମିଲନାଡୁରେ ପହଂଚିବା ପରେ ନେଲୋର ଏବଂ ମଛଲିପତନମ ଉପକୂଳ ଛୁଇଁବ। ସୂଚନା ଅନୁଯାୟୀ, ବାତ୍ୟା ‘ମିଚାଉଙ୍ଗ’ ଭୂମି ସ୍ପର୍ଶ ବେଳେ ପବନର ବେଗ ଘଣ୍ଟା ପ୍ରତି ୧୦୦ କିଲୋମିଟର ରହିବ।

ଏହାର ପ୍ରଭାବରେ ଆସନ୍ତା ୫ରୁ ୮ ତାରିଖ ଯାଏ ଦକ୍ଷିଣ, ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ଦିଆଯାଇଛି। ମତ୍ସ୍ୟଜୀବୀମାନଙ୍କୁ ଡିସେମ୍ବର ୧ରୁ ୬ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।