ପୁଣିଥରେ ଚର୍ଚ୍ଚାରେ ଚୌଦ୍ବାର ଜେଲ୍,ଦୁଇ ଜଣ କଏଦୀଙ୍କ ମଧ୍ୟରେ ମାଡ଼ପିଟ୍
ପୁଣିଥରେ ଚର୍ଚ୍ଚାରେ ଚୌଦ୍ବାର ଜେଲ୍ । ୨ ଜଣ କଏଦୀଙ୍କ ମଧ୍ୟରେ ମାଡ଼ପିଟ୍ ହୋଇଥିବା ଖବର ସାମ୍ନାକୁ ଆସିଛି। ଜଣେ କଏଦୀର ଆକ୍ରମଣରେ ଅନ୍ୟଜଣେ ଗୁରୁତର ଭାବେ ଆହତ ହୋଇ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଆକ୍ରମଣ କରିଥିବା କଏଦୀ କବି ସେଠ୍ ବୋଲି ଜଣାପଡିଛି । ସୂଚନାମୁତାବକ ସୋମବାର ସକାଳୁ ଏହି ଘଟଣା ଘଟିଥିବା ବେଳେ ଏହାକୁ ଜେଲ୍ କର୍ତ୍ତୃପକ୍ଷ ଚାପି ରଖିଥିବା ଅଭିଯୋଗ କରାଯାଇଛି । ଆଇଆଇସି ଦୀପକ ଖଣ୍ଡାୟତରାୟ ଖବର ପାଇ ଜେଲ ଅଧିକାରୀଙ୍କୁ ଫୋନରେ ଯୋଗାଯୋଗ କରିବାରୁ ଘଟଣା ବିଷୟରେ ଜଣାପଡିଛି।
