ପୁଣି ଅସୁସ୍ଥ ହେଲେ ନବୀନ ପଟ୍ଟନାୟକ

ପୁଣି ଅସୁସ୍ଥ ହେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।ନବୀନ ଅସୁସ୍ଥ ହୋଇପଡିବା ପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।ମୁମ୍ୱାଇରୁ ସର୍ଭାଇକାଲ୍ ଆର୍ଥ୍ରାଇଟିସ୍ ଅସ୍ତ୍ରୋପଚାର ପରେ ସେ ଭୁବନେଶ୍ୱର ଫେରିଥିଲେ । ତାଙ୍କୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରଖାଯାଇଥିଲା । ଗତରାତିରେ ନବୀନଙ୍କ ଚେକଅପ୍ ପାଇଁ ଡାକ୍ତରମାନଙ୍କର ଏକ ଟିମ୍ ନବୀନ ନିବାସ ଯାଇଥିଲେ ହେଲେ ଆଜି ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଛି । ଘରୋଇ ହସ୍ପିଟାଲ୍ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।