ପୁଣି ବିବାହ କରିବାକୁ ଯାଉଛନ୍ତି ୫୬ ବର୍ଷୀୟ ଅରବାଜ୍‌

ହାତକୁ ଦୁଇ ହାତ ହେବେ ବଲିଉଡ୍‌ ଅଭିନେତା ଅରବାଜ ଖାନ୍‌। ଦୀର୍ଘ ୮ ବର୍ଷ ଏକା ରହିବା ପରେ ଏବେ ପୁଣିଥରେ ବିବାହ କରିବାକୁ ଯାଉଛନ୍ତି ବଲିଉଡ୍ ଆକ୍ଟର ଅର୍‌ବାଜ ଖାନ। ଡିସେମ୍ବର ୨୪ ତାରିଖରେ ତାଙ୍କର ବାହାଘର ହେବ। ମେକ ଅପ୍ ଆର୍ଟିଷ୍ଟ ଶୁରା ଖାନ୍‌ଙ୍କୁ ସେ ବିବାହ କରିବେ ବୋଲି ଜଣାପଡ଼ିଛି। ଏହି ବାହାଘର ମୁମ୍ବାଇରେ କେବଳ ଅତି ନିକଟ ସମ୍ପର୍କୀୟଙ୍କ ଉପସ୍ଥିତିରେ ହେବ ବୋଲି ସୂଚନା ମିଳିଛି।ଏ କଥା ଜଣାପଡ଼ିବା ପରେ ଖାନ୍‌ ପରିବାରକୁ ଶୁଭେଚ୍ଛାର ସୁଅ ଛୁଟିଛି।ଫିଲ୍ମ ‘ପାଟନା ଶୁକ୍ଲା’ ଶୁଟିଂ ସେଟ୍‌ରେ ଶୁରା ଖାନ ଓ ଅର୍‌ବାଜ ଖାନ୍‌ ପରସ୍ପରକୁ ଭେଟିଥିଲେ।

ଏହାପରେ ଦୁହିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ତେବେ ଏହା ପୂର୍ବରୁ ଅର୍‌ବାଜ ୧୯୯୮ରେ ମଲାଇକା ଅରୋରାଙ୍କୁ ବିବାହ କରିଥିଲେ। ୨୦୧୬ରେ ଦୁହେଁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ।

Leave a comment