ପୁଣି ସ୍ଥଗିତ ରହିଲା ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା । ଆସନ୍ତା ୩୧ ତାରିଖରେ ଏହି ପରୀକ୍ଷା ହେବାକୁ ଥିଲା
ପୁଣି ସ୍ଥଗିତ ରହିଲା ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା । ଆସନ୍ତା ୩୧ ତାରିଖରେ ଏହି ପରୀକ୍ଷା ହେବାକୁ ଥିଲା । ହେଲେ ବର୍ତ୍ତମାନ ସମୟରେ ଏହି ପରୀକ୍ଷା ସ୍ଥଗିତ ରହିବା ନେଇ ସୂଚନା ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ । ସୂଚନାଯୋଗ୍ୟ, ଅଗଷ୍ଟ ୩୧ ତାରିଖରେ ସ୍ପେଶାଲ OTET ପରୀକ୍ଷା ହେବା ନେଇ ବୋର୍ଡ ପକ୍ଷରୁ ଗତ ଅଗଷ୍ଟ ୧ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା।ସ୍ପେଶାଲ OTET ପରୀକ୍ଷା ଦୁଇଟି ସିଟିଂରେ କରାଯିବାର ଥିଲା। ସକାଳ ୯ଟାରୁ ସାଢେ ୧୧ଟା ଯାଏ ପେପର୍-୧ ପରୀକ୍ଷା ଏବଂ ପୂର୍ବାହ୍ନ ୨ଟାରୁ ସାଢେ ୪ଟା ଯାଏ ପେପର୍-୨ ପରୀକ୍ଷା ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଥିଲା। ପ୍ରଶ୍ନପତ୍ର ଲିକ ଯୋଗୁ ପୂର୍ବ ପରୀକ୍ଷା ବୋର୍ଡ ପକ୍ଷରୁ ବାତିଲ କରାଯାଇଥିଲା।ଏହାସହ ପରୀକ୍ଷା କେବେ ହେବ ସେନେଇ ମଧ୍ୟ ବୋର୍ଡ ପକ୍ଷରୁ ଶୀଘ୍ର ଜଣାଇ ଦିଆଯିବ ବୋଲି କୁହାଯାଇଛି ।
