ପୁଣି ୨୫ ପର୍ଯ୍ୟନ୍ତ ବଢ଼ିଲା ଚାଷୀ ପଞ୍ଜୀକରଣ
ଖରିଫ ଋତୁ ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାର ଚାଷୀ ପଞ୍ଜୀକରଣ ଅବଧି ୫ଦିନ ବୃଦ୍ଧି କରିଛନ୍ତି। ପଞ୍ଜୀକରଣ ସମୟ ସୀମା ଚଳିତ ମାସ ୨୦ ତାରିଖ ଥିବାବେଳେ ୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏ ସଂକ୍ରାନ୍ତରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିବା ନେଇ ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।୨୦୨୫-୨୬ ଖରିଫ ପଞ୍ଚିକରଣ ପ୍ରକ୍ରିୟାକୁ ସରଳ କରିବା ପାଇଁ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ଚାଷୀଙ୍କୁ ଆଉ ଦେବାକୁ ପଡିବନି ବଂଶାବଳୀ ପ୍ରମାଣ ପତ୍ର । ବଂଶାବଳୀ ପ୍ରମାଣ ପତ୍ର ବଦଳରେ ଏଥର ଚାଷୀଙ୍କୁ ସେଲ୍ଫ ଡିକଲାରେସନ ଦେବାକୁ ପଡିବ । ସେଲ୍ଫ ଡିକଲାରେସନ ଫର୍ମ ସବୁ ଜିଲ୍ଲାକୁ ପଠେଇ ଦିଆଯାଇଛି । ଚାଷୀଙ୍କୁ ଆଉ RI ପାଖକୁ ଯିବାକୁ ପଡ଼ିବନି । ଚାଷୀ ସେଲ୍ଫ ଡିକଲାରେସନ ଫର୍ମରେ ଦସ୍ତଖତ କରି ରେଜିଷ୍ଟେସନ କରିବେ ।ଏହାସହ digitalization ପାଇଁ ଆଉ ୫ ଦିନ ଅର୍ଥାତ୍ ୩୦ ତାରିଖ ଯାଏଁ ସମୟ ଦେଇଛନ୍ତି ସରକାର ।ଚଳିତ ଖରିଫରେ ଏଯାବତ୍ ୧୩.୩୪ଲକ୍ଷ ଚାଷୀ ପଞ୍ଜୀକରଣ କରିଥିବା ଜଣାପଡ଼ିଛି।
