ପୁନମ୍‌ ପାଣ୍ଡେଙ୍କ ସହ ଫସିଲେ PR ଟିମ୍‌

ବୋଲ୍ଡ ଫଟୋ ଓ ଖରାପ ମନ୍ତବ୍ୟ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ପାଇଁ ଅସୁବିଧା ବଢ଼ିବାରେ ଲାଗିଛି। ଅଳ୍ପ କେତୋଟି ଚଳଚ୍ଚିତ୍ରରେ ଅଭିନୟ କରିଥିବା ପୁନମ ପାଣ୍ଡେଙ୍କୁ ଆଖି ଦୃଶିଆ ସଫଳତା ମିଳିନଥିବା ବେଳେ ନିଜର ଖରାପ ଓ ଅତିରଂଜିତ ମନ୍ତବ୍ୟ ଏବଂ ବୋଲ୍ଡ ଫଟୋ ପାଇଁ ତାଙ୍କ ସାମାଜିକ ଗଣମାଧ୍ୟମ ଅନୁଗାମୀ ମାନେ ତାଙ୍କୁ ଟ୍ରୋଲ କରିଥାନ୍ତି।କହିବାକୁ ଗଲେକିଛି ଦିନ ପୂର୍ବରୁ ପୁନମଙ୍କ ମ୍ୟାନେଜର ତାଙ୍କ ଆକାଉଣ୍ଟରୁ ମୃତ୍ୟୁ ଖବର ସେୟାର କରିଥିଲେ। ପରେ ପୁନମ ନିଜେ ଇନଷ୍ଟାଗ୍ରାମ ଲାଇଭ ମାଧ୍ୟମରେ ସମସ୍ତଙ୍କୁ ସତ କହିଛନ୍ତି। ସେ କୁହନ୍ତି, ଗର୍ଭାଶୟ କର୍କଟ ବିରୋଧରେ ସଚେତନତା ସୃଷ୍ଟି କରିବା ପାଇଁ ସେ ଏସବୁ କରିଥିଲେ।

ବର୍ତ୍ତମାନ ପୁନମ ପାଣ୍ଡେ ଏବଂ ରାଖୀ ସାୱନ୍ତଙ୍କ ଏକ ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ପୁନମ୍ ରାଖୀ ସାୱନ୍ତଙ୍କୁ କହୁଛନ୍ତି ଯେ ଏହି ଖବର ଏତେ ବଡ ହେବ ବୋଲି ସେ ନିଜେ ଜାଣି ନଥିଲେ। କିନ୍ତୁ ବର୍ତ୍ତମାନ ଓକିଲ ଅଲି କାଶିଫ ଖାନ ଦେଶମୁଖ ଅଭିନେତ୍ରୀ ପୁନମ ପାଣ୍ଡେ, ତାଙ୍କ PR ଦଳ ତଥା ଏଜେନ୍ସିଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ଆଇପିସିର ଧାରା ଅନୁଯାୟୀ ମୁମ୍ବାଇ ପୋଲିସ ଷ୍ଟେସନରେ ପଞ୍ଜିକୃତ ହୋଇଛି। କର୍କଟ ଭଳି ଏକ ଗୁରୁତର ରୋଗ ନାମରେ ପୁନମ୍ ଦେଶରେ ମିଥ୍ୟା ଖବର ପ୍ରଚାର କରୁଥିବା ଅଭିଯୋଗ ହୋଇଛି।