ପୁନମ ପାଣ୍ଡେ ଜୀବିତ: ଇନଷ୍ଟାରେ ସେୟାର କରି କଲେ କନଫର୍ମ

ଅଭିନେତ୍ରୀ ପନମ ପାଣ୍ଡେଙ୍କର ଦେହାନ୍ତ ହୋଇନାହିଁ। ଅଭିନେତ୍ରୀ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି ସେ ଜୀବିତ ଥିବା ବିଷୟରେ ସୂଚନା ଦେଇଛନ୍ତି। ଜରାୟୁ କର୍କଟରେ ପୀଡିତ ଥିବା ନେଇ ମଧ୍ୟ ସୂଚନା ଦେଇଛନ୍ତି । ଏହି ରୋଗରୁ ସଚେତନ ରହିବା ପାଇଁ ଏପରି ପୋଷ୍ଟ କରିଥିବା କହିଛନ୍ତି ପୁନମ୍‍ । ତାଙ୍କର ମୃତ୍ୟୁ ନେଇ ଜାରି ହୋଇଥିଲା ସସ୍‌ପେନ୍ସ । ଏମିତିକି ତାଙ୍କ ପରିବାର ସଦସ୍ୟଙ୍କ କୌଣସି ଚିହ୍ନ ବର୍ଣ୍ଣ ବି ନଥିଲା । ହେଲେ ଏବେ ଅଭିନେତ୍ରୀଙ୍କ ଇନଷ୍ଟା ଷ୍ଟୋରୀକୁ ନେଇ ସବୁଠି ହଇଚି । ନିଜେ ସୋସିଆଲ ମିଡିଆରେ ସେୟାର କରି ସୋସିଆଲ ସମସ୍ତଙ୍କୁ ଚକିତ କରିଦେଇଛନ୍ତି ।

ଯଦିଓ ଫ୍ୟାନ୍ସ ମାନେ ଏହାକୁ ବିଶ୍ୱାସ କରିପାରୁନଥିଲେ କିନ୍ତୁ ବର୍ତ୍ତମାନ ପୁନମ ପାଣ୍ଡେ ନିଜେ ଆଗକୁ ଆସି ତାଙ୍କ ମୃତ୍ୟୁ ଖବରକୁ ମିଥ୍ୟା ଘୋଷଣା କରିଛନ୍ତି । ସର୍ଭାଇକାଲ କ୍ୟାନସର ମୋ ଜୀବନ ନେଇନି । କିନ୍ତୁ ଏହି କ୍ୟାନସର ଯୋଗୁଁ ଅନେକ ମହିଳା ଜୀବନ ହରାଉଛନ୍ତି । ସଚେତନ ହୁଅନ୍ତୁ । HPV ଭ୍ୟାକ୍ସିନ ନେବା ପାଇଁ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ପୁନମ । ସଚେତନତା ପାଇଁ ପୁନମ ଏଭଳି ମିଛ ଖବର ପ୍ରଚାର କରିଥିବା କହିଛନ୍ତି । ଅନ୍ୟପଟେ ଏହା ପୁନମଙ୍କ ପବ୍ଲିସିଟି ଷ୍ଟଣ୍ଟ ଥିଲା ବୋଲି ଚର୍ଚ୍ଚା ହେଉଛି ।