ପୁରୀରେ ବଲିଉଡର ଚୁଲବୁଲି ଅଭିନେତ୍ରୀ ଜୁହି ଚାୱଲା ।

ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କରିଛନ୍ତି ବଲିଉଡ ଅଭିନେତ୍ରୀ ତଥା ଫିଲ୍ମ ନିର୍ମାତା ଜୁହି ଚାୱଲା । ମହାପ୍ରଭୁଙ୍କ ଦର୍ଶନ କରି ସେ ନିଜକୁ ଭାଗ୍ୟବାନ ମନେ କରିଥିବା କହିଛନ୍ତି । କିଛି ମାସ ହେଲା ମହାପ୍ରଭୁଙ୍କ ଦର୍ଶନ ପାଇଁ ସେ ଶ୍ରୀମନ୍ଦିର ଆସିବାକୁ ମନସ୍ତ କରିଥିଲେ । ତେବେ ମହାପ୍ରଭୁ ତାଙ୍କ ଆଶା ଆଜି ପୂରଣ କରିଥିବାରୁ ମହାପ୍ରଭୁଙ୍କ ପାଖରେ ସେ ନିଜକୁ ସମର୍ପଣ କରିଦେଇଥିବା କହିଛନ୍ତି ।

ସେହିପରି ମହାପ୍ରଭୁଙ୍କ ଆଶୀର୍ବାଦରୁ ୨୦୨୪ ଆଇପିଏଲ ମହାସମରରେ କେକେଆର୍ ଜିତାପଟ ହାସଲ କରିଥିବା ସେ କହିଛନ୍ତି । ତେବେ ମହାପ୍ରଭୁଙ୍କ ଦର୍ଶନ ସହ ମା’ ଲକ୍ଷ୍ମୀ, ବିମଳା ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କ ଦର୍ଶନ କରି ବେଶ୍ ଭାବ ବିଭୋର ହୋଇପଡିଥିବା ଜୁହି ଚାୱଲା କହିଛନ୍ତି ।