ପୁରୀରେ ହବିଷ୍ୟାଳୀ କେନ୍ଦ୍ରରେ ହେବେ ପୋଲିସ ମୁତୟନ
ଅକ୍ଟୋବର ୭ରୁ ଆରମ୍ଭ ହେବ କାର୍ତ୍ତିକ ବ୍ରତ । ଏହି ଅବସରରେ ପୁରୀରେ ବହୁ ମାତ୍ରାରେ ହବିଷ୍ୟାଳିମାନଙ୍କ ଆଗମନ ହେବା ସହିତ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ହେବ । ଏହାକୁ ଦୃଷ୍ଟିରେ ହବିଷ୍ୟାଳି ମାଆମାନଙ୍କ ପାଇଁ ସ୍ବତନ୍ତ୍ର ପୋଲିସ ବ୍ୟବସ୍ଥା ସହ ସମସ୍ତ ହବିଷ୍ୟାଳି କେନ୍ଦ୍ରରେ ପୋଲିସ ମୁତୟନ କରାଯିବ ।ଏସ୍ପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶାନୁସାରେ, ହବିଷିଆଳି ମା’ମାନଙ୍କ ପାଇଁ ସ୍ବତନ୍ତ୍ର ପୋଲିସ ବ୍ୟବସ୍ଥା ସହ ସମସ୍ତ ହବିଷିଆଳି କେନ୍ଦ୍ରରେ ପୋଲିସ ମୁତୟନ କରାଯିବ। ଶ୍ରୀମନ୍ଦିର ପରିସର, ସିଂହଦ୍ୱାର ଅଞ୍ଚଳ, ଗ୍ରାଣ୍ଡରୋଡ୍ ଓ ସମୁଦ୍ରତଟରେ ବିଶେଷ ପ୍ରତିରକ୍ଷା ବ୍ୟବସ୍ଥା ରହିବ।
ଭିଡ଼ ଓ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପୋଲିସ କର୍ମଚାରୀ ନିୟୋଜିତ ହେବେ। ସମସ୍ତ ଥାନା ବିଶେଷକରି ସିଂହଦ୍ୱାର, ବଳିଆପଣ୍ଡା, ତାଳବଣିଆ, କୁମ୍ଭାରପଡ଼ା, ସମୁଦ୍ରକୂଳ ଓ ଟ୍ରାଫିକ୍ ଥାନାରେ ଅତିରିକ୍ତ ପୋଲିସ ପ୍ରସ୍ତୁତ ରହିବେ। ସିସିଟିଭି ନିରୀକ୍ଷଣ ଓ ନିୟମିତ ପାଟ୍ରୋଲିଂ ବ୍ୟବସ୍ଥା ହେବ।
