ପୁରୀ ଜିଲ୍ଲା ସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତା-୨୦୨୫
ଚଳିତ ମାସ ଏପ୍ରିଲ ୨୬ ଓ ୨୭ତାରିଖ ଦୁଇ ଦିନ ଧରି ପୁରୀର ଗରୁଡ଼ ଛକ ରେ ଥିବା ରେଲୱ କଲ୍ୟାଣ ମଣ୍ଡପ ଠାରେ ଟାଏକୋଣ୍ଡୋ ଆସୋସିଏସନ ଅଫ ପୁରୀ ଦ୍ୱାରା ୧୮ତମ କିରୋଗୀ ଓ ୧୦ତମ ପୁମସି ପୁରୀ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଦୁଇଟି ଇଭେଣ୍ଟରେ ଅନୁଷ୍ଠିତ ହବାକୁ ଯାଉଛି. ଏହି ପ୍ରତିଯୋଗିତାରେ ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପିପିଲି, କୋଣାର୍କ, ସାକ୍ଷୀଗୋପାଳ, ସାତଶଂଖ, ସାତପଡ଼ା, ପୁରୀ ସଦର, ପୁରୀ ଟାଉନରେ ଥିବା ୧୧ଟି ଏକାଡେମୀରୁ ୫୫୦ଜଣରୁ ଉର୍ଦ୍ଧ ପ୍ରତିଯୋଗୀ ଦୁଇଟି ଇଭେଣ୍ଟରେ ଅଂଶ ଗ୍ରହଣ କରିବେ. ଏହି କିରୋଗୀ ଓ ପୁମସି ଦୁଇଟି ପ୍ରତିଯୋଗୀତାରେ ସୁପର ସବ-ଜୁନିଅର(୪-୭ବର୍ଷ), ସବ-ଜୁନିଅର(୮-୧୧ବର୍ଷ), କ୍ୟାଡେଟ (୧୨-୧୪ବର୍ଷ), ଜୁନିଅର(୧୫-୧୭ବର୍ଷ),ସିନିଅର(୧୭ବର୍ଷରୁ ଉର୍ଦ୍ଧ) ପ୍ରତିଯୋଗୀ ନିଜର ଟାଏକୋଣ୍ଡୋ ଖେଳ ପ୍ରଦର୍ଶନ କରିବେ.ଓଡିଶା ଟାଏକୋଣ୍ଡୋ ସଙ୍ଘ ତରଫରୁ ୧୮ଜଣ ଜାତୀୟ ରେଫେରୀ ସହ ୫ଜଣ ଅଫିସିଆଲ ପ୍ରତିଯୋଗିତା ପରିଚାଳନା କରିବା ପାଇଁ ନିଯୁକ୍ତି ହେଇଛନ୍ତି.ଏହି ପ୍ରତିଯୋଗିତା ଇଲୋକ୍ଟ୍ରୋନି ସ୍କୋରିଙ୍ଗ ସିଷ୍ଟମ ମାଧ୍ୟମରେ ଖେଳାଯିବ.

ଶ୍ରୀ ରବି ଶଙ୍କର ପ୍ରତିହାରୀ, କୋଷାଧକ୍ଷ, ଓଡିଶା ଅଲମ୍ପିକ ସଙ୍ଘ, ଶ୍ରୀ ବ୍ୟୋମକେଶ ଅଭିଳାଷ ପ୍ରସାଦ, ଓଡ଼ିଆ ଟାଏକୋଣ୍ଡୋ ସଙ୍ଘ ଓ ଶ୍ରୀ ସୁଦର୍ଶନ ସାହୁ, ପୁରୀ ବକ୍ସିଂ ଏକାଡେମୀ ଅତିଥିଭାବେ ତା. ୨୬.୫.୨୫ ସମୟ ପୂର୍ବାନ୍ନ ୧୧.୩୦ ଘଂଟିକା ସମୟରେ ପ୍ରତିଯୋଗିତାରେ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ଆୟୋଜକଙ୍କୁ ପ୍ରତିଯୋଗିତା ଭଲରେ ପରିଚାଳନା ପାଇଁ ଧନ୍ୟବାଦ ଜଣାଇଛନ୍ତି।କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ସମ୍ପାଦକ ଶ୍ରୀଯୁକ୍ତ ମନମୋହନ ଭଞ୍ଜ।
