ପୁରୀ ପରେ ଗଞ୍ଜାମ ସୁନାପୁର ବିଚ୍‌କୁ ସମ୍ମାନଜନକ ବ୍ଲୁ ଫ୍ଲାଗ୍‌ ବିଚ୍‌ ର ମାନ୍ୟତା ମିଳିଛି।

ଗଞ୍ଜାମ ଜିଲ୍ଲା ପାଇଁ ଖୁସି ଖବର । ଜିଲ୍ଲାର ସୁନାପୁର ବେଳାଭୂମିକୁ ୨୦୨୩-୨୪ ଅନ୍ତର୍ଜାତୀୟ ବ୍ଲୁ ଫ୍ଲାଗ ପୁରସ୍କାର ପାଇଁ ବିବେଚିତ । ଡେନ୍ ମାର୍କ ସ୍ଥିତ ଫାଉଣ୍ଡେସନ୍ ଫର୍‌ ଏନଭରମେଣ୍ଟ ଏଜୁକେସନ ପକ୍ଷରୁ ଏହି ମାନ୍ୟତା ପ୍ରଦାନ କରାଯାଇଛି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଫଟୋ ସେୟାର କରିବା ସହ ଖୁସିବ୍ୟକ୍ତ କରିଛନ୍ତି। ସୁନାପୁର ବେଳାଭୂମି ଖୁବ କମ ସମୟ ମଧ୍ୟରେ ପର୍ଯ୍ୟଟକଙ୍କ ପସନ୍ଦ ଯୋଗ୍ୟ ହୋଇଛି ।

ଏଠାକାର ସ୍ୱଚ୍ଛତା, ସୁନ୍ଦର, ବିସ୍ତିର୍ଣ ବେଳାଭୂମି, ଜଳରାଶି ସମସ୍ତଙ୍କୁ ବେଶ ଆକୃଷ୍ଠ କରି ପାରିଛି । ବିଶେଷ ଶୀତ ଋତୁରେ ଏଠାକୁ ଅଧିକ ପର୍ଯ୍ୟଟକଙ୍କ ଆଗମନ ହେଉଛି. ଶାନ୍ତ ସୁନ୍ଦର ସ୍ଵଛ ପାଇଁ ଏହି ବ୍ଲୁ ଫ୍ଲାଗ ବେଳାଭୂମି ଏବେ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଆଣିଛି ।