ପୁରୀ ପୌରପାଳିକା ହେଲା ପୁରୀ ମହାନଗର ନିଗମ

ଆଜିଠାରୁ ପୁରୀ ପୌରପାଳିକା ମହାନଗର ନିଗମରେ ପରିଣତ ହୋଇଛି । ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏ ସମ୍ପର୍କିତ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।ପବିତ୍ର ଶ୍ରୀକ୍ଷେତ୍ର ପୁରୀ ପାଇଁ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପୁରୀ ମ୍ୟୁନିସିପାଲିଟିକୁ ମହାନଗର ନିଗମର ମାନ୍ୟତା ମିଳିଛି। ଚଳିତ ବର୍ଷ ଜୁଲାଇ ୩ ତାରିଖରେ ମୁଖ୍ୟମନ୍ତ୍ରୀ କରିଥିବା ଘୋଷଣା ଅନୁଯାୟୀ, ରାଜ୍ୟ ସରକାର ଏନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏହାସହିତ ରାଜ୍ୟର ପୌର ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଲୋଇସିଂହା, ଚଣ୍ଡିଖୋଲ, ଯଶୀପୁର ଓ ବସ୍ତା ଭଳି ପ୍ରମୁଖ ସହରଗୁଡ଼ିକର ମଧ୍ୟ ଉନ୍ନତିକରଣ କରାଯାଇଛି।ମହାନଗର ଗଠନ ହେବା ଦ୍ୱାରା ପୁରୀ ଓ ଆଖପାଖ ଅଞ୍ଚଳରେ ବ୍ୟାପକ ଭିତ୍ତିଭୂମିର ବିକାଶ ସହ ଏକ ବୃହତ୍ ସହରାଞ୍ଚଳ ଗଠନ ହେବ ।