ପୁରୀ ଯିବା ରାସ୍ତାରେ ପଇଡ଼ ପିଇଲେ ମୁଖ୍ୟମନ୍ତ୍ରୀ

ପୁରୀ ଯିବା ବାଟରେ ସତ୍ୟବାଦୀ ନିକଟରେ ପଇଡ଼ ପିଇ​‌ଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପଇଡ଼ ପଇବା ବେଳେ ବ୍ୟବସାୟୀ ଶ୍ରୀଧର ମହାପାତ୍ର ସହ କଥା ହୋଇଥିଲେ । ବ୍ୟବସାୟ କିପରି ଚାଲିଛି ବୋଲି ପଚାରି ବୁଝିଥିଲେ ମୁଖ୍ୟମନ୍ତ୍ରୀ । ସେପଟେ ବର୍ଷା ହେଉଥିବାରୁ ବେପାର କମ୍ ହେଉଛି ବୋଲି ଶ୍ରୀଧର କହିଥିଲେ। ମହାବାତ୍ୟା ପରଠୁ ସାକ୍ଷୀଗୋପାଳରେ ନଡ଼ିଆ ଉତ୍ପାଦନ କମିଛି । ୧୯୯୯ ମହାବାତ୍ୟାରେ ଅନେକ ଗଛ ମରିଯାଇଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ପଇଡ଼ ପିଇବା ପରେ ଶ୍ରୀଧରଙ୍କୁ ପ୍ରଶଂସା କରିବା ସହିତ ଦୁଇଟି ୫ଶହ ଟଙ୍କିଆ ବଢ଼ାଇ ଦେଇଥିଲେ ।ମୁଖ୍ୟମନ୍ତ୍ରୀଙ୍କୁ ଜଣେ ସାଧାରଣ ଗ୍ରାହକ ଭାବେ ନିକଟରେ ପାଇ ଶ୍ରୀଧର ଖୁସିରେ ବିଭୋର ହୋଇଯାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସରଳ ଓ ସହୃଦୟତା ପୂର୍ଣ୍ଣ ବ୍ୟବହାର ଶ୍ରୀଧର ଓ ଉପସ୍ଥିତ ଜନସାଧାରଣଙ୍କ ମନରେ ଖୁସି ଓ ଆନନ୍ଦ ଆଣିଥିଲା ।