ପୁରୁଷ କେବେ ସ୍ତ୍ରୀ ଲୋକର କାନ୍ଦକୁ ଦେଖିବାକୁ ଭଲ ପାଏ ନାହିଁ

ଅନେକେ ଲୋକ ବିଶ୍ୱାସ କରନ୍ତି ଯେ, ମହିଳାମାନେ ଛୋଟ ଛୋଟ ଝଗଡାରେ କାନ୍ଦି ପକାନ୍ତି ଯାହା ଫଳରେ ପୁରୁଷ ଏହାକୁ ଦେଖି ଶାନ୍ତ ପଡ଼ିଯାଏ ଓ ଝଗଡା ବି ଶାନ୍ତ ହୋଇ ଯାଏ ଏହାର କାରଣ ପୁରୁଷ କେବେ ସ୍ତ୍ରୀ ଲୋକର କାନ୍ଦକୁ ଦେଖିବାକୁ ପସନ୍ଦ କରେ ନାହିଁ |ବାସ୍ତବରେ କହିବାକୁ ଗଲେ, ଏକ ଗବେଷଣାରୁ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି । ପିଏଲ୍ଓଏସ୍ ବାଓଲୋଜିରେ ଗୁରୁବାର ପ୍ରକାଶିତ ଏଭଳି ଏକ ରିପୋର୍ଟ ସାମ୍ନାକୁ ଆସିଛି । ଏହାକୁ ନେଇ ଇସ୍ରାଏଲର ବିଜମେନ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସ ପକ୍ଷରୁ ଏକ ଗବେଷଣା କରାଯାଇଛି । ଯେଉଁଥିରୁ ଜଣାପଡିଛି, ମଣିଷଙ୍କ ଲୁହରେ ଏକ ରାସାୟନିକ ସଙ୍କେତ ଥାଏ, ଯାହା ରାଗ ସହିତ ଜଡିତ ମସ୍ତିଷ୍କର ଦୁଇଟି ଅଂଶର କାର୍ଯ୍ୟକଳାପକୁ ମନ୍ଥର କରିଥାଏ। ଏହି କାର୍ଯ୍ୟର ନେତୃତ୍ୱ ନେଇଥିବା, ପି.ଏଚ.ଡି. ଛାତ୍ର ଶନି ଏଗ୍ରୋନ୍ କହିଛନ୍ତି, ଯେତେବେଳେ ଗେବଷଣାକାରୀମାନେ ଗବେଷଣା ପାଇଁ ବ୍ୟକ୍ତି ଖୋଜିବା ଆରମ୍ଭ କଲେ, ଅଧିକାଂଶ ମହିଳା ଆଗକୁ ଆସିଲେ କାରଣ କାନ୍ଦିବା ସେମାନଙ୍କ ପାଇଁ ସାମାଜିକ ଦୃଷ୍ଟିରୁ ଅଧିକ ଗ୍ରହଣୀୟ ।ପୂର୍ବରୁ ୱାଇଜମ୍ୟାନ ଇନଷ୍ଟିଚ୍ୟୁଟ ଦ୍ୱାରା କରାଯାଇଥିବା ଗବେଷଣାରୁ ଜଣାପଡିଥିଲା କି, ମହିଳା ମୂଷା କାନ୍ଦିବା ଦ୍ୱାରା ପୁରୁଷ ମୂଷାମାନେ ଝଗଡା କରି ନ ଥାନ୍ତି। ଲୁହ ଦେଖି ପୁରୁଷ ମୂଷାଙ୍କ ଆକ୍ରମଣାତ୍ମକ ହ୍ରାସ ପାଇଥାଏ।

ବୈଜ୍ଞାନିକଙ୍କୁ ଅଧ୍ୟୟନରୁ ଜଣାପଡିଛି କି, ଲୁହର ବାସ୍ନାରେ ଟେଷ୍ଟୋଷ୍ଟେରୋନ ହ୍ରାସ ପାଇଥାଏ। ଲୁହକୁ ଆଘ୍ରାଣ କରିବା ମାତ୍ରେ ପୁରୁଷର ଟେଷ୍ଟୋଷ୍ଟେରେନ ସ୍ତର ହ୍ରାସ ପାଇବାରେ ଲାଗିଥାଏ।ଆଖିର ଲୁହରେ ପୁରୁଷମାନଙ୍କର ପ୍ରତିଶୋଧ ପାଇଁ ଇଚ୍ଛା ୪୩.୭% ହ୍ରାସ ପାଇଥାଏ । ଏପରି ପରିସ୍ଥିତିରେ, ଗବେଷକମାନେ ୬୨ ଜଣଙ୍କୁ ଗଭୀର ଭାବରେ ଅଧ୍ୟୟନ କରିଥିଲେ । ସେମାନଙ୍କ ମଧ୍ୟରୁ ଚାରିଜଣ ଲୁହ ଦ୍ୱାରା ପ୍ରଭାବିତ ହୋଇଥିଲେ କିନ୍ତୁ ଏହାର ବାସ୍ନା ଦ୍ୱାରା ନୁହେଁ ।ଘରୋଇ କଳିରେ ଅପରାଧିଙ୍କ ଆକ୍ରୋଶ ହ୍ରାସ କରିବା ପାଇଁ ଲୁହର କିଛି ଫରକ ପଡେ ନାହିଁ । ଲିୟନ୍ସ କହିଛନ୍ତି, କାନ୍ଦିବାର ସାମାଜିକ ପ୍ରସଙ୍ଗ ଅତ୍ୟନ୍ତ ଜଟିଳ । ମୁଁ ସନ୍ଦେହ କରୁଛି ଯେ, ଲୁହ ପ୍ରଭାବଶାଳୀ ହୋଇପାରେ କିନ୍ତୁ ଏହା କେବଳ ଆକ୍ରୋଶକୁ ହ୍ରାସ କରିଥାଏ ।