‘ପୁଷ୍ପା-୨’ ସେଟ୍‌ରୁ ଲିକ୍‌ ହେଲା ଅଲ୍ଲୁଙ୍କ ଲୁକ୍‌

ଅଭିନେତା ଅଲୁ ଅର୍ଜୁନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପୁଷ୍ପା ୨’ ଚଳିତ ବର୍ଷ ମୁକ୍ତିଲାଭ କରିବାକୁ ଯାଉଛି। ବର୍ତ୍ତମାନ ସେ ତାଙ୍କ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି। ଫିଲ୍ମର ଟିଜର ସାମ୍ନାକୁ ଆସିନାହିଁ କିମ୍ବା କୌଣସି ଗୀତ ପର୍ଯ୍ୟନ୍ତ ରିଲିଜ ହୋଇନାହିଁ, କିନ୍ତୁ ଏହାପୂର୍ବରୁ ସେଟରୁ ତାଙ୍କର ଏକ ଫଟୋ ଲିକ୍‌ ହୋଇଛି। ‘ପୁଷ୍ପା ୨’ର ସେଟରୁ ଲିକ ହୋଇଥିବା ଏହି ଭାଇରାଲ ଫଟୋରେ ଅଭିନେତାଙ୍କୁ ଗଙ୍ଗାମା ଥଲି ଅବତାରରେ ଦେଖିବାକୁ ମିଳିବ।

ଏହା ହେଉଛି ସମାନ ଲୁକ ଯାହା ଫିଲ୍ମର ପ୍ରଥମ ଲୁକ ପୋଷ୍ଟରରେ ମଧ୍ୟ ଶେୟାର କରାଯାଇଥିଲା। ଏହି ଫଟୋରେ ସୁପରଷ୍ଟାର ନୀଳ ରଙ୍ଗର ବନାରସୀ ଶାଢି ପିନ୍ଧି ଏକ ଚେୟାରରେ ବସିଥିବାର ନଜର ଆସିଛନ୍ତି। ପୂର୍ବରୁ ନିର୍ମାତାମା ଫିଲ୍ମର ରିଲିଜ୍ ତାରିଖକୁ ଆଉଥରେ ନିଶ୍ଚିତ କରିଥିଲେ। ଏହି ଚଳଚ୍ଚିତ୍ର ୧୫ ଅଗଷ୍ଟ ୨୦୨୪ ରେ ପ୍ରେକ୍ଷାଳୟକୁ ଆସିବ। ଏହା ତାମିଲ, ତେଲୁଗୁ ଏବଂ ହିନ୍ଦୀ ବ୍ୟତୀତ ଅନ୍ୟ ଭାଷାରେ ମୁକ୍ତିଲାଭ କରିବ।