ପୂର୍ଣ୍ୟାତ୍ମ ମହିୟସୀ ଫ୍ଲୋରେନ୍ସ ନାଇଟିଙ୍ଗେଲ ଙ୍କର ୨୦୫ ତମ ଜନ୍ମ ସପ୍ତାହ

ପୁରୀ(୦୭/୦୫/୨୫) ପୂର୍ଣ୍ୟାତ୍ମ ମହିୟସୀ ଫ୍ଲୋରେନ୍ସ ନାଇଟିଙ୍ଗେଲ ଙ୍କର ୨୦୫ ତମ ଜନ୍ମ ସପ୍ତାହ ଏବଂ ବାଳିଗୁଆଳି,ପୁରୀ ସ୍ଥିତ ପ୍ରିୟଙ୍କା ଦେବୀ ଗ୍ରୁପ ଅଫ ଇନଷ୍ଟିଚୁସନର ବାର୍ଷିକ ଉତ୍ସଵ ଅନୁଷ୍ଠିତ ହୋଇ ଯାଇଛି ।ପ୍ରିୟଙ୍କା ଦେବୀ କଲେଜର ଅଧ୍ୟକ୍ଷା ଶ୍ରୀମତୀ କମଳା ପଣ୍ଡା ଙ୍କ ପୌରହିତ୍ୟ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ଶୁଭାଶିଷ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଙ୍କ ଅଭିଭାଷଣ ରେ ନର୍ସିଂ ଏକ ସର୍ବୋକୃଷ୍ଟ ସେବା ଏଵଂ ତ୍ୟାଗ ଏଵଂ ଆତ୍ମୋସଚାର ବାର୍ତ୍ତା ଦିଏ।

ଏହା ସମାଜର ଉପାନ୍ତର ସର୍ବୋଚ୍ଚ ଶିଖର ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ୟକ୍ତି ବିଶେଷ ତଥା ଜରାଜୀର୍ଣ୍ଣ ବ୍ୟାଧି ଗ୍ରସ୍ତ ମନୁଷ୍ୟ ର ଉପଶମ ର ମାର୍ଗ
ପ୍ରଶସ୍ତ କରାଯାଇଥାଏ ବୋଲି ବକ୍ତବ୍ୟ ରଖିଥିଲେ।
ପୁରୀ ବିଧାନ ସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡଙ୍ଗୀ ମହୋଦୟ ସମ୍ମାନିତ ଅତିଥି ଏବଂ ଶ୍ରୀଯୁକ୍ତ ମନୋଜ କୁମାର ତ୍ରିପାଠୀ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ସମାଜର କଲ୍ୟାଣରେ ନର୍ସିଂ ସେବାର ଭୂମିକା ଏବଂ ତାର ବିଶିଷ୍ଟତ ଉପରେ ଆଲୋକପାତ କରିଥିଲେ। ଅବସପ୍ରାପ୍ତ ସହକାରୀ ନର୍ସିଂ ଅଧିକ୍ଷକା ଶ୍ରୀମତୀ ସବିତା କୁମାରୀ ପତି ତାଙ୍କ ଜୀବନର ସେବlନୁଭୂତି ବିଷୟରେ ଅବଧାରଣା ଦେଇଥିଲେ।


ପ୍ରିୟଙ୍କା ଦେବୀ ସ୍କୁଲ ଅଫ ନର୍ସିଂର ଅଧ୍ୟକ୍ଷା ଶ୍ରୀମତୀ ପାର୍ବତୀ ପରିଡ଼ା ଛାତ୍ରଛାତ୍ରୀ ସେବାନୁଭୂତି ହେବା ପାଇଁ ପ୍ରୋତ୍ସାହିତ କରିବା ସହ ଅଧ୍ୟାପିକା ସୋନାଲି ପ୍ରଧାନ ଶପଥ ପାଠ କରାଇଥିଲେ। ସଭାକାର୍ଯ୍ୟ ସୁବ୍ୟବସ୍ଥିତ ଭାବେ ପରିଚାଳନା ହୋଇଥିଲା। ଏହି ଅବସରରେ ବାର୍ଷିକ ପତ୍ରିକା “ପ୍ରଜ୍ଞା ପ୍ରବାହ”ର ଦ୍ଵିତୀୟ ସଂସ୍କରଣ ଓନ୍ମଚିତ ହୋଇଥିଲା।
ଗ୍ରୁପ୍ ଅଫ୍ ଇନ୍ଷ୍ଟିଚିଉସନ ର ନିର୍ଦ୍ଦେଶକ ଡ଼ଃ ବାବୁଲା ବେହେରା ଅତିଥି ମାନଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସ୍ବାଗତ କରିଥିବା ବେଳେ ବିଶିଷ୍ଟ୍ ନାଟ୍ୟକାର ତଥା ଉପସ୍ଥାପକ ଶ୍ରୀଯୁକ୍ତ କୁମୁଦ ଶତପଥୀ ମଞ୍ଚପରିଚାଳନା କରିଥିଲେ। ମୟୂରଭଞ୍ଜ କଲେଜ ଅଫ ନର୍ସିଂର ଅଧ୍ୟକ୍ଷା ଶ୍ରୀମତୀ ମଧୁସ୍ମିତା ରଥ ସମସ୍ତ କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ ପରିଚାଳନା ତଥା ବିଶିଷ୍ଟ ସଂଯୋଜନା କରିଥିଲେ।
ଶ୍ରୀଯୁକ୍ତ କାଳୀ ପ୍ରସନ୍ନ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ। ବାର୍ଷିକ କ୍ରୀଡା ଉତ୍ସବ ତଥା ବିଭିନ୍ନ କୃତି ପ୍ରତିଯୋଗୀଙ୍କ ସମ୍ମାନିତ କରାଯାଇଥିଲା। ଏହାପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ନୃତ୍ୟ ସଂଗୀତ ଓ ନାଟକ ପରିବେଷଣ କରାଯାଇଥିଲା, ମନୋରଞ୍ଜନ କାର୍ଯ୍ୟକ୍ରମକୁ ଆଶିଷ କୁମାର ସାଥୁଆ ଓ ସହକର୍ମୀ ପରିଚାଳନା କରିଥିଲେ।ଏଇ ଅବସରରେ ରବୀନ୍ଦ୍ର ନାଥ ବାହିନୀପତି, ନୟନା ସାସମଲ, ଡ଼ଃ ନରହରି ମିଶ୍ର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ମନୋଜ କୁମାର ବଳୀୟାରସିଂ,ପୁରୀ

You might also like