ପୂର୍ବ ସ୍ଵାମୀ ଅମୀରଙ୍କ ସହ କେବେ ହୋଇନାହିଁ ମତଭେଦ

କିରଣ ରାଓ ବର୍ତ୍ତମାନ ତାଙ୍କ ଚଳଚ୍ଚିତ୍ର ଲାପତା ଲେଡିଜ୍ ପାଇଁ ଚର୍ଚ୍ଚାରେ ଅଛନ୍ତି। କିରଣଙ୍କ ସହ ଅମୀର ଖାନ ମଧ୍ୟ ଏହି ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି। ଫିଲ୍ମର ଟ୍ରେଲରକୁ ଦର୍ଶକମାନେ ଖୁବ୍‌ ପସନ୍ଦ କରିଛନ୍ତି । ତେବେ ନିକଟରେ ଫିଲ୍ମ ପ୍ରମୋସନ ପାଇଁ ଆସିଥିବା କିରଣ ଏକ ସାକ୍ଷାତକାରରେ ତାଙ୍କ ପୂର୍ବତନ ସ୍ବାମୀ ଅମୀରଙ୍କ ବିଷୟରେ କହିଛନ୍ତି।କିରଣ ରାଓ ଏବଂ ଅମୀର ଖାନ ୨୦୨୨ ମସିହାରେ ଅଲଗା ହୋଇଥିଲେ। କିନ୍ତୁ ଉଭୟ ପ୍ରାୟତଃ କିଛି ଇଭେଣ୍ଟରେ କିମ୍ବା ଅନ୍ୟ ସମୟରେ ଏକାଠି ଦେଖାଯାଏ । କେବଳ ଏତିକି ନୁହେଁ, ଅମୀର ଏବଂ କିରଣଙ୍କ ମଧ୍ୟରେ ପ୍ରେମ ପ୍ରାୟତଃ ଦେଖାଯାଏ ।

ସାକ୍ଷାତକାରରେ ସେ କହିଛନ୍ତି, ବହୁତ ଲୋକ ମୋତେ ପଚାରନ୍ତି ଏକ୍ସ ସ୍ବାମୀ-ସ୍ତ୍ରୀ ହେବା ପରେ ଦୁହେଁ କିପରି ଭଲ ଜୀବନଯାପନ କରନ୍ତି? ଏସବୁ ସ୍ବାଭାବିକ କାରଣ ଆମେ ଏକାଠି କାମ କରିବା ଆରମ୍ଭ କରିଥିଲୁୁ। ଆମେ ପରସ୍ପରକୁ ବହୁତ ଭଲ ଭାବରେ ବୁଝୁ ଓ ଅନେକ ପ୍ରସଙ୍ଗରେ ମଧ୍ୟ ଆମର ସମାନ ମତ ରହିଥାଏ। କେବଳ ଏତିକି ନୁହେଁ ଆଜିଯାଏଁ ଆମ ମଧ୍ୟରେ କୌଣସି ମତଭେଦ ହୋଇ ନାହିଁ। ଆମ ଭିତରେ କୌଣସି ଝଗଡା ହୁଏ ନାହିଁ। ଆମ ସମ୍ପର୍କ ବହୁତ ସଚ୍ଚୋଟ ସମ୍ପର୍କ ଯାହା ଏତେଶୀଘ୍ର ଖରାପ ହେବ ନାହିଁ ।