ପେନ୍ କିଲର୍ ନିମେସୁଲାଇଡ୍କୁ ବ୍ୟାନ କଲେ ସରକାର
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯନ୍ତ୍ରଣା ଓ ଜ୍ୱରର ସବୁ ମୌଖିକ ଔଷଧ ନିର୍ମାଣ, ବିକ୍ରି ଓ ବିତରଣ ଉପରେ ତତ୍କାଳ ପ୍ରଭାବ କଟକଣା ଲଗାଇବାକୁ ନିଷ୍ପତ୍ତି ନେଇଛି। ଏହି କ୍ରମରେ ୧୦୦ ମିଲଗ୍ରାମ (ଏମଜି)ରୁ ଅଧକ ମାତ୍ରାର ନିମୁସ୍ଲାଇଡ ଟାବଲେଟ ଓ ସିରପକୁ ଦେଶରେ ନିଷିଦ୍ଧ କରି ଦିଆଯାଇଛି।ଡ୍ରଗ୍ସ ଆଣ୍ଡ କସ୍ମେଟିକ୍ ଆକ୍ଟ ୧୯୪୦ର ଧାରା 26A ଅଧିନରେ ଏହି ପ୍ରତିବନ୍ଧକ ଲାଗିଛି । ୧୦୦ ମିଲିଗ୍ରାମରୁ ଅଧିକ ନିମେସୁାଇଲଡ୍ ଔଷଧ ନେବା ମଣିଷ ପାଇଁ ବିପଦଜ୍ଜନକ ହୋଇପାରେ । ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ବଜାରରେ ସୁରକ୍ଷିତ ବିକଳ୍ପ ଉପଲବ୍ଧ ରହିଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ନିମେସୁାଇଲଡ୍ ଏକ ନନ୍ ଷ୍ଟେରୟଡନାଲ୍ ଔଷଧ, ଯାହାକୁ ପେନ୍ କିଲର ଭାବେ ବ୍ୟବହାର କରାଯାଏ । ୨୦୧୧ରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ୧୨ରୁ କମ୍ ବୟସର ପିଲାଙ୍କ ପାଇଁ ନିମେସୁଲାଇଡ୍ ବ୍ୟବହାର ଉପରେ ବ୍ୟାନ ଲଗାଇଥିଲେ ।
ତେବେ, ସରକାର ଏହାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ୟୁରୋପର ଅନେକ ଦେଶରେ ନେମିସୁଲାଇଡ୍ ଟାବଲେଟ୍ ସମ୍ପୂର୍ଣ୍ଣ ରୂପେ ବ୍ୟାନ ରହିଛି ।ଏହା ଛଡା ସ୍ୱାସ୍ଥ୍ୟ ବିଭାଗ ଏକ ଡ୍ରାଫ୍ଟ ଅଧିସୂଚନା ମଧ୍ୟ ଜାରି କରିଛନ୍ତି। ଏଥିରେ କାସ ଔଷଧକୁ ବିନା ପ୍ରେସ୍କ୍ରିପସନରେ ମିଳୁଥିବା ଔଷଧ ସୂଚୀକୁ ବାହାର କରାଯାଇଥିବା ବେଳେ କାସ ପାଇଁ ସିରପ ଔଷଧକୁ ଅନୁସୂଚୀ Kରୁ କାଢି ଦିଆଯାଇଛି। ଏହା ସେହି ଔଷଧ ତାଲିକା ଯେଉଁଥି ପାଇଁ ଏପର୍ଯ୍ୟନ୍ତ ପଞ୍ଜିକୃତ ଡାକ୍ତରଙ୍କ ପ୍ରେସ୍କ୍ରିପସନର ଆବଶ୍ୟକତା ପଡୁ ନଥିଲା। ତେବେ କାଶ ପାଇଁ ବଟିକା, ଲଜେନ୍ସ ଅଥବା ଚକଲେଟ୍ ଏହି ସୂଚୀରେ ରହିବ।
