ପୋଲିସକୁ ଗାଳିଗୁଲଜ କରି ଜେଲ ଗଲେ ଅଭିନେତା ବିରଞ୍ଚି ନାରାୟଣ

ରାତି ଅଧରେ ରାସ୍ତାରେ ଆତଙ୍କ ଖେଳାଇବା ସହ ପୋଲିସକୁ ଗାଳିଗୁଲଜ କରି ମାଡ଼ ମାରିବା ମହଙ୍ଗା ପଡ଼ିଛି ଅଭିନେତା ବିରଞ୍ଚି ନାରାୟଣ ନାୟକଙ୍କୁ । ଏହି ଅଭିଯୋଗରେ ଭରତପୁର ଥାନା ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।ସୂଚନା ଥାଉକି, ବିଭିନ୍ନ ଟେଲି ସିରିଏଲ ଓ ଫିଲ୍ମରେ ଅଭିନୟ କରିଥିବା ବିରଞ୍ଚିଙ୍କ ଘର ପୁରୀ ଜିଲ୍ଲା କାକଟପୁର ଥାନା ଅନ୍ତର୍ଗତ କୋଠମୂଳା ଗ୍ରାମରେ । ସେ ନୂଆପଲ୍ଲୀ ଭିଆଇପି କଲୋନୀରେ ରହୁଥିଲେ । ରବିବାର ରାତି ପ୍ରାୟ ୧ଟା ୧୫ରେ ସେ ଏକ କାର୍‌ରେ ରେଣ୍ଟାଲ ଛକରୁ କଳିଙ୍ଗ ଷ୍ଟୁଡିଓ ଛକ ଅଭିମୁଖେ ଯାଉଥିଲେ ।

ସେହି ସମୟରେ ଭରତପୁର ଥାନା ପୁଲିସ ପକ୍ଷରୁ ବ୍ଲକିଂ ଚେକିଂ ଚାଲିଥିଲା । ଏହାପରେ ବିରଞ୍ଚି କାରରୁ ବାହାରି ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀଙ୍କୁ ଗାଳି ଗୁଲଜ କରିବା ସହ ଆକ୍ରମଣ କରିଥିଲେ।ବିରଞ୍ଚିଙ୍କ ପାଟିରେ ବ୍ରେଥ ଆନାଲାଇଜର ଲଗାଇବାରୁ ଜଣାପଡ଼ିଥିଲା କି ସେ ମଦ୍ୟପାନ କରିଥିଲେ । ଡ୍ୟୁଟିରେ ଥିବା ପୁଲିସଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଥିଲା ।