ପୋଲିସ ଏନକାଉଣ୍ଟରରେ୨ ହାର୍ଡକୋର ମାଓବାଦୀ ନିହତ

ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ଏନକାଉଣ୍ଟର ହୋଇଛି। ଏହି ଏନକାଉଣ୍ଟରରେ ୨ ଜଣ ନକ୍ସଲ ନିପାତ ହୋଇଛନ୍ତି। ଏଥିସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।ପୋଲିସର ଏନକାଉଣ୍ଟରରେ ଆହୁରି ଅଧିକ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା ରହିଛି । ଘଟଣାସ୍ଥଳରୁ ଦୁଇଟି ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରାଯାଇଛି । ଏବେ ବି ଗୁଳି ବିନିମୟ ଜାରି ରହିଛି । ଅପରେସନରେ STF, DRG ଏବଂ CRPF ର କୋବ୍ରା ଜବାନ ସାମିଲ ରହିଛନ୍ତି ।

ଅନ୍ୟପଟେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଗରିଆବନ୍ଧରେ ବଡ଼ ଧରଣର ମାଓ ଅପରେସନ ଚାଲିଛି । ପୋଲିସ ଓ ମାଓବାଦୀ ମଧ୍ୟରେ ଆଜି ବି ଗୁଳିବିନିମୟ ଜାରି ରହିଛି । ଗରିଆବନ୍ଧର ଇ-30, ଏସଟିଏଫ ଏବଂ CRPFର କୋବ୍ରା ଜବାନ ମିଳିତ ଭାବେ ଅପରେସନକୁ ଜୋରଦାର କରିଛନ୍ତି । ଏବେବି ଜଙ୍ଗଲରେ ପଡିଛି ନକ୍ସଲଙ୍କ ମୃତଦେହ ।