ପୋଲିସ ଏସ୍ଆଇ ପରୀକ୍ଷା କେଳେଙ୍କାରୀ: ସିବିଆଇ ତଦନ୍ତକୁ ମୂଳରୁ ଆରମ୍ଭ କରିବାକୁ ନିଷ୍ପତ୍ତି
ବହୁଚର୍ଚ୍ଚିତ ପୋଲିସ ସବ୍ଇନ୍ସପେକ୍ଟର (ଏସ୍ଆଇ) ପରୀକ୍ଷା କେଳେଙ୍କାରୀ ମାମଲାରେ ସିବିଆଇ ତଦନ୍ତକୁ ମୂଳରୁ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ପୋଲିସ ଅଧିକାରୀଙ୍କ ନିଯୁକ୍ତି ଦାୟିତ୍ୱ ମୁଣ୍ଡାଇଥିବା ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ (ଓପିଆର୍ବି)କୁ ଟାଗେର୍ଟ କରିଛି । ୨୦୨୦ ମସିହାଠାରୁ ଓପିଆର୍ବି ଦାୟିତ୍ୱ ମୁଣ୍ଡାଇଥିବା ୩ଜଣ ଆଇପିଏସ୍ ଅଧିକାରୀଙ୍କୁ ସିବିଆଇରେ ହାଜର ହେବା ପାଇଁ ସମନ ପଠାଯାଇଥିବା ସୂଚନା ମିଳିଛି।
