ପୋଲିସ ବିଭାଗରେ ୧୮ ମହିଳା ନିର୍ଯାତିତ – ମୁଖ୍ୟମନ୍ତ୍ରୀ

ଗତବର୍ଷ ଜୁଲାଇରୁ ଏଯାବତ୍‌ ୯ଟି ଜେଲ୍‌ରୁ ୧୩ କଏଦୀ ଫେରାର ହୋଇଛନ୍ତିି।। ମୁଖ୍ୟମନ୍ତ୍ରୀ କହିଛନ୍ତି ଫେରାର କଏଦୀଙ୍କ ମଧ୍ୟରୁ ୬ ଜଣଙ୍କୁ ପୁଲିସ୍‌ ଧରିପାରିଛି। ବର୍ଷକରେ ୩୧ ଜଣ ବିଚାରାଧୀନ କଏଦୀଙ୍କ ଜେଲ୍‌ରେ ମୃତ୍ୟୁ ହୋଇଛି। ୮ ଜଣ ଆତ୍ମହତ୍ୟା କରିଛନ୍ତି, ୩୯ ଅଭିଯୁକ୍ତ ପୋଲିସ ହେପାଜତରୁ ଚମ୍ପଟ ମାରିଛନ୍ତି । ଅନ୍ୟପଟେ ପୋଲିସ ବିଭାଗରେ ନିର୍ଯାତନାର ଶିକାର ହୋଇଛନ୍ତି ୧୮ ମହିଳା । ୩ ବର୍ଷରେ ବିଭିନ୍ନ ଥାନାରେ ରୁଜୁ ହୋଇଛି ୧୮ ମାମଲା । ଗୃହରେ ଏନେଇ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବଲାଙ୍ଗିର, ସୁନ୍ଦରଗଡ, ରାଉରକେଲା, ରାୟଗଡା, କେନ୍ଦୁଝର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ବୌଦ୍ଧ, ଭୁବନେଶ୍ୱର, ବାଲେଶ୍ୱରରୁ ଅଭିଯୋଗ ଆସିଛି । ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।