ପୋଲିସ SI ପରୀକ୍ଷା ମହାଘୋଟାଲାରେ ପଳାତକ ଅଭିଯୁକ୍ତଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି
ପୋଲିସ SI ପରୀକ୍ଷା ମହାଘୋଟାଲାରେ ସମ୍ପୃକ୍ତ ଫେରାର ଅଭିଯୁକ୍ତଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ସୋମବାର ଲୁକ ଆଉଟ୍ ସର୍କୁଲାର ଜାରି କରିଛି।ପୋଲିସ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଶଙ୍କର ପୃଷ୍ଟି ଏବଂ ମୁନା ମହାନ୍ତିଙ୍କ ସମେତ ୧୦ ଜଣ ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ଫ୍ରିଜ୍ କରିଛି । କ୍ରାଇମ୍ ବ୍ରାଞ୍ଚର ସ୍ୱତନ୍ତ୍ର ଦଳ ଝାଡ଼ଖଣ୍ଡ ଏବଂ ବିହାରରେ ମଧ୍ୟ ଚଢାଉ ଏବଂ ତଦନ୍ତ ଜାରି ରଖିଛନ୍ତି ।
