ପ୍ରକାଶ ପାଇଲା ଓପିଏସ୍ସି ରେଜଲ୍ଟ
ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓସିଏସ)-୨୦୨୩ର ରେଜଲ୍ଟ ପ୍ରକାଶ ପାଇଛି । ଚଳିତ ଥର ୩୯୮ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ୧୪୪ ମହିଳା ଚୟନ ହୋଇଛନ୍ତି । ଶୀର୍ଷ ୧୦ ଜଣଙ୍କ ମଧ୍ୟରେ ୯ ପୁରୁଷ ଥିବା ବେଳେ ଜଣେ ମହିଳା ଅଛନ୍ତି । ଗତ ଏପ୍ରିଲ ମାସରେ ମେନ୍ ପରୀକ୍ଷା ହୋଇଥିଲା । ସେହିପରି ଏଇ ମାସ ୬ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ପର୍ସନାଲ ଟେଷ୍ଟ ହୋଇଥିଲା । ଆଜି ଏହାର ରେଜଲ୍ଟ ପ୍ରକାଶ ପାଇଛି ।
