ପ୍ରକାଶ ପାଇଲା ନୂଆପଡା ବିଧାନସଭାର ଚୂଡାନ୍ତ ଭୋଟର ତାଲିକା
ପ୍ରକାଶ ପାଇଲା ନୂଆପଡା ବିଧାନସଭାର ଚୂଡାନ୍ତ ଭୋଟର ତାଲିକା । ସବୁ ରାଜନୈତିକ ଦଳ ଉପସ୍ଥିତିରେ ତାଲିକା ପ୍ରକାଶ କଲେ ଜିଲ୍ଲାପାଳ । ନୂଆପଡାରେ ମୋଟ ଭୋଟର ୨ ଲକ୍ଷ ୫୩ ହଜାର ୬୨୪ ଜଣ । ପୁରୁଷ-୧ ଲକ୍ଷ ୨୪ ହଜାର ୧୦୮, ମହିଳା – ୧ ଲକ୍ଷ ୨୯ ହଜାର ୪୯୫ । ବରିଷ୍ଠ ନାଗରିକ- ୧୭୮୬, ଯୁବ ଭୋଟର- ୯୪୨୯, ଭିନ୍ନକ୍ଷମ- ୩୯୮୮ ରହିଛନ୍ତି । ନୂଆପଡା ନିର୍ବାଚନ ମଣ୍ଡଳୀରେ ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ୧୬ରୁ ଆରମ୍ଭ ହୋଇ ସେହି ମାସ ୨୯ ପର୍ଯ୍ୟନ୍ତ ଚାଲିଥିଲା। ଭୋଟର ତାଲିକାରେ ନାମ ପଞ୍ଜୀକରଣ, ନାମଯୋଗ ପାଇଁ ଫର୍ମ ନଂ ୬ ରେ ୭୭୯୧ଟି ଆବେଦନ, ତାଲିକାରେ ଥିବା ନାମ କାଟିବା ପାଇଁ ଫର୍ମ ୭ରେ ୨୮୬୯ଟି ଆବେଦନ ଏବଂ ନାମ/ତଥ୍ୟ/ ଫଟୋ/ ଠିକଣା/ବିବରଣୀ/ତ୍ରୁଟି ସଂଶୋଧନ ପାଇଁ ଫର୍ମ ନଂ ୮ରେ ୧୮୯୫ଟି ଆବେଦନ ହସ୍ତଗତ ହୋଇଥିଲା। ଏଥିରୁ ଯାଞ୍ଚ ପରେ ୧୦,୬୮୫ଟି ଫର୍ମର ଆବେଦନ ଗୃହୀତ ହୋଇଥିଲା। ସେହି ଅନୁସାରେ ଚୂଡ଼ାନ୍ତ ଭୋଟର୍ ତାଲିକା ପ୍ରସ୍ତୁତ ହୋଇଛି।
ସେପଟେ ବିଜେଡି ନୂଆପଡ଼ାରେ ତା’ର ଗଡ଼ ରକ୍ଷା ପାଇଁ ମଧ୍ୟ କସରତ ଚଳାଇଛି । ଦଳୀୟ ବିଧାୟକ ରାଜେନ୍ଦ୍ର ଢ଼ୋଲକିଆଙ୍କ ଦେହାନ୍ତ ପରେ ତାଙ୍କ ପୁଅ ଜୟ ଢ଼ୋଲକିଆଙ୍କୁ ପ୍ରାର୍ଥୀ କରି ଅନୁକମ୍ପା ମୂଳକ ଭୋଟ୍ ହାତେଇବା ଲକ୍ଷ୍ୟରେ ରହିଛି ଦଳ । ଜୟ ଢ଼ୋଲକିଆଙ୍କୁ ପ୍ରାର୍ଥୀ କରିବାକୁ ଏକରକମ ସ୍ଥିର ହୋଇଥିଲେ ବି ଏପର୍ଯ୍ୟନ୍ତ ଘୋଷଣା କରିନାହାନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ନୂଆପଡ଼ା ଉପନିର୍ବାଚନକୁ ଦୃଷ୍ଟିରେ ରଖି ଷ୍ଟିୟରିଂ କମିଟି, ଜୋନାଲ କମିଟି ଓ ଲୋକାଲ ଆକ୍ସନ କମିଟି ଗଠନ କରିଛନ୍ତି ବିଜେଡି ସଭାପତି ।
