ପ୍ରଖ୍ୟାତ ଶାସ୍ତ୍ରୀୟ ସଂଗୀତ ଗାୟିକା ପ୍ରଭା ଆତ୍ରେଙ୍କ ପରଲୋକ ଘଟିଛି

ସଙ୍ଗିତ ଜଗତର ପ୍ରଖ୍ୟାତ ଶାସ୍ତ୍ରୀୟ ଗାୟିକା ଡକ୍ଟର ପ୍ରଭା ଅତ୍ରେଙ୍କ ପରଲୋକ ହୋଇଛି। ଶନିବାର ପୁଣେ ସ୍ଥିତ ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗତକାଲି ସେ ତାଙ୍କ ବାସଭବନରେ ଶୋଇଥିବା ବେଳେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଛି।ମୃତ୍ୟୁ ବେଳକୁ ତାଙ୍କୁ ୯୨ବର୍ଷ ବୟସ ହୋଇଥିଲା।ଗାୟିକଙ୍କ ସମ୍ପର୍କୀୟଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଂଗୀତର କିରାନା ଘରାନାର ଏକ ବଡ଼ ଚେହେରା ଥିବା ପଦ୍ମାଙ୍କୁ ଭାରତ ସରକାର ୩ଟି ପଦ୍ମ ପୁରସ୍କାରରେ ସାମ୍ମାନିତ କରିଛନ୍ତି।