ପ୍ରତିଦିନ ସକାଳେ ଅଭ୍ୟାସ କରି ୨ଟି ଖଜୁରୀ କୋଳି ଖାଇଲେ ଶରୀରର ଅନେକ ଉପକାର ହୋଇଥାଏ।

ପ୍ରତିଦିନ ସକାଳେ ଅଭ୍ୟାସ କରି ୨ଟି ଖଜୁରୀ କୋଳି ଖାଇଲେ ଶରୀରର ଅନେକ ଉପକାର ହୋଇଥାଏ। ଏହାର ଅନେକ ଔଷଧୀୟ ଗୁଣ ରହିଛି। ଖଜୁରୀ କୋଳିରେ ଭିଟାମିନ, ଆଇରନ, ମିନେରାଲ, କ୍ୟାଲସିୟମ, ଆମିନୋଏସିଡ୍‌, ଫସ୍‌ଫରସ୍‌ ଓ ଭିଟାମିନ୍‌ ସି’ ଥାଏ। ଡାଇବେଟିସ୍‌ ରୋଗ ପାଇଁ ଏହା ମହୋଷେଧୀ ଭଳି କାର୍ଯ୍ୟ କରେ ବୋଲି ଉତ୍ତରାଖଣ୍ଡ ଆୟୁର୍ବେଦ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ଖଜୁରୀ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ ।

ଏଥିରେ ଫ୍ୟାଟ୍‌ ନ ଥିବାରୁ ସଂପୂର୍ଣ୍ଣ ସ୍ବାସ୍ଥ୍ୟ ସୁରକ୍ଷା ଦେବା ସହିତ ଶକ୍ତି ବୃଦ୍ଧି କରେ। ଶରୀରର ଓଜନ ଅପେକ୍ଷାକୃତ ଭାବେ କମ୍‌ ରହିଥିବା ବ୍ୟକ୍ତିଙ୍କ ପାଇଁ ଖଜୁରୀ ଲାଭଦାୟକ ହୋଇଥାଏ। ଏଥିରେ ଥିବା ପ୍ରୋଟିନ୍‌ ଓଜନ ବୃଦ୍ଧି କରେ। ଏଥିରେ କ୍ୟାଲସିୟମ ଥିବାରୁ ଏହା ଅସ୍ଥି ମଜଭୁତ କରିବାରେ ସହାୟକ ହୁଏ। ଖଜୁରୀରେ ଥିବା ସେଲୋନିୟମ, ମାଙ୍ଗାନିଜ୍‌ ଓ କପର୍‌ ବିଭିନ୍ନ ରୋଗରୁ ଶରୀରକୁ ସୁରକ୍ଷା ଦେଇଥାଏ। ଏହା କୋଷ୍ଠକାଠିନ୍ୟ ସମସ୍ୟା ଦୂର କରେ। ପ୍ରତିଦିନ ଖଜୁରୀ ଖାଇବା ଦ୍ୱାରା ମୁହଁରେ ବୟସ ଜନିତ ରେଖା ଓ ଦାଗ ଦୂର ହୋଇଥାଏ ବୋଲି ଏହି ଗବେଷଣା ରିପୋର୍ଟରେ ଉଲ୍ଳେଖ ହୋଇଛି।