ପ୍ରତି କ୍ୟାମ୍ପସ୍ରେ ନିଯୁକ୍ତ ହେବେ ଆଣ୍ଟି ଡ୍ରଗ ଇନ୍ସପେକ୍ଟର: ଉଚ୍ଚଶିକ୍ଷା ମନ୍ତ୍ରୀ
ପ୍ରତି କ୍ୟାମ୍ପସରେ ନିଯୁକ୍ତ ହେବେ ଆଣ୍ଟି ଡ୍ରଗ ଇନ୍ସପେକ୍ଟର । କଲେଜ ଓ ବିଶ୍ୱ ବିଦ୍ୟାଳୟର ଜଣେ ଅଧ୍ୟାପକ/ ଅଧ୍ୟାପିକାଙ୍କୁ ଦିଆଯିବ ଦାୟିତ୍ୱ । କ୍ୟାମ୍ପସକୁ ନିଶାମୁକ୍ତ କରିବାକୁ ୟୁଜିସି ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ଏନେଇ ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂଯ୍ୟବଂଶୀ ସୂରଜ । ସପ୍ତାହେ ବ୍ୟାପୀ କଲେଜ ଓ ବିଶ୍ୱ ବିଦ୍ୟାଳୟରେ ହେବ ଆଲୋଚନା । ଯୋଗ, ଶାରୀରିକ ଦକ୍ଷତା, ପୁଷ୍ଟିକର ଖାଦ୍ୟା ଉପରେ ଗୁରୁତ୍ୱ ଦିଆଯିବ ।ଏଥିସହ ସହ ସଚେତନତା ଉପରେ ଅଧିକ ଗୁରୁତ୍ୱ ଦିଆଯିବ। ଦେଶରେ କିଛି କଲେଜ ଏଵଂ ବିଶ୍ବ ବିଦ୍ୟାଳୟରେ ଏଭଳି ଅବସ୍ଥା ପରେ UGC ନିଶାମୁକ୍ତ କ୍ୟାମ୍ପସ ଗଠନ କରିବାକୁ ପ୍ରୟାସ ନେଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।

 
			