ପ୍ରତ୍ୟେକ ପ୍ରତ୍ୟେକ ରାଜପଥ, ଜିଲ୍ଲା ମୁଖ୍ୟ ସଡ଼କ ନିର୍ମାଣ ସମୟରେ ହେବ ବୃକ୍ଷରୋପଣ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନକୁ ଅନୁପାଳନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ସାମଗ୍ରିକ ପ୍ରଗତି ପଥରେ ଅଗ୍ରସର ହେଉଛି । ଏହିକ୍ରମରେ ସାରା ରାଜ୍ୟରେ ପୂର୍ତ୍ତ ବିଭାଗ ଅଧୀନରେ ନୂଆ କରି ନିର୍ମାଣ ହେବାକୁ ଥିବା ପ୍ରତ୍ୟେକ ରାଜପଥ, ଜିଲ୍ଲା ମୁଖ୍ୟ ସଡ଼କ, ଅନ୍ୟାନ୍ୟ ସମସ୍ତ ସଡ଼କ ନିର୍ମାଣ ସମୟରେ ବୃକ୍ଷରୋପଣକୁ ବାଧ୍ୟତାମୂଳକ କରାଯିବା ନେଇ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ଏ ନେଇ ବିଭାଗ ପକ୍ଷରୁ ନିର୍ମାଣ ହେବାକୁ ଥିବା ରାସ୍ତାର ଉଭୟ ପାର୍ଶ୍ବ ଏବଂ ଡିଭାଇଡର ମଝିରେ ଥିବା ଖାଲି ସ୍ଥାନରେ ବ୍ୟାପକ ବୃକ୍ଷରୋପଣ କରାଯିବା ନେଇ ଇଆଇସି (ସଭିଲ୍‌ ତଥା ରୋଡସ୍‌), ଇଆଇସି (ଏନ୍‌ଏଚ୍‌), ଏମ୍‌.ଡି, ଓବିସିସିଙ୍କୁ ଚିଠି ଜରିଆରେ ଅବଗତ କରାଯାଇଛି । ଗ୍ରୀନ୍‌ କରିଡର ବିକାଶ ଓ ପରିଚାଳନା ଲକ୍ଷ୍ୟ ନେଇ ସବୁ ରାସ୍ତାକଡ଼ରେ ବୃକ୍ଷ ରୋପଣ କରାଯିବ । ଏହିକ୍ରମରେ ରାସ୍ତା ନିର୍ମାଣ ସମୟରେ ନିର୍ମାଣ ବ୍ୟୟର ଅତିରିକ୍ତ ୧ ପ୍ରତିଶତ ଅର୍ଥ ରାଶି ବୃକ୍ଷରୋପଣ ଏବଂ ରକ୍ଷଣାବେକ୍ଷଣ ବାବଦରେ ଖର୍ଚ୍ଚ କରିବା ନେଇ ମାର୍ଗଦର୍ଶିକା ଜାରି କରାଯାଇଛି ।