ପ୍ରତ୍ୟେକ ବର୍ଷ ପାଖାପାଖି ଏତିକି ଲୋକ ସିଗାରେଟ୍‌ ଟାଣି ମୃତ୍ୟୁ ହେଉଛି।

ପ୍ରତ୍ୟେକ ବର୍ଷ ପାଖାପାଖି ୩.୫ ଲକ୍ଷ ଲୋକ ସିଗାରେଟ୍‌ ଟାଣିବା କାରଣରୁ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ସେହିପରି ନ୍ୟାସ୍‌ନାଲ କାଉନସିଲ ଅଫ୍ ଆପ୍ଲାଏଡ୍ ଇକୋନୋମିକ ରିସର୍ଚ କରିଥିବା ଗବେଷଣା ଅନୁସାରେ, ଧୂଆଁ ଟାଣୁଥିବା ୪୬ ପ୍ରତିଶତ ଲୋକ ନିରକ୍ଷର। ସେହିପରି ୧୬ ପ୍ରତିଶତ କଲେଜ ଛାତ୍ରଛାତ୍ରୀ ବୋଲି ଜଣାପଡ଼ିଛି।

ଅନ୍ୟପଟେ ଫାଉଣ୍ଡେସନ ଫର୍ ସ୍ମୋକି ଫ୍ରି-ୱାର୍ଲଡର ସର୍ଭେ ଅନୁସାରେ, ଭାରତରେ ପ୍ରତି ବର୍ଷ ପାଖାପାଖି ୬.୬ କୋଟି ଲୋକ ସିଗାରେଟ ଟାଣୁଛନ୍ତି।

ସେହିପରି ୨୬ କୋଟିରୁ ଅଧିକ ଲୋକ ଅନ୍ୟାନ୍ୟ ତମ୍ବାଖୁ ସାମଗ୍ରୀର ବ୍ୟବହାର କରୁଛନ୍ତି। ଏଥିପାଇଁ ଭାରତରେ ପାଖାପାଖି ୨୧ ପ୍ରତିଶତ ଲୋକେ କର୍କଟ ରୋଗର ଶିକାର ହେଉଛନ୍ତି।