ପ୍ରଥମେ ପଶ୍ଚିମବଙ୍ଗ ଆଇନ ଶୃଙ୍ଖଳା କଥା ବୁଝନ୍ତୁ ମମତା-ଆଇନ ମନ୍ତ୍ରୀ
କଟକର ଗୋଷ୍ଠୀ ସଂଘର୍ଷକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଟିପ୍ପଣୀକୁ ଦୃଢ଼ ନିନ୍ଦା କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି ,ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ । ପ୍ରଥମେ ନିଜ କଥା ନିଜେ ବୁଝନ୍ତୁ ମମତା । କଟକରେ ଯାହା ଘଟିଥିଲା ତାହା ଗୋଟେ ଦୁର୍ଘଟଣା ଥିଲା । ସରକାର ସକ୍ଷମତାର ସହ ଦୁର୍ଘଟଣାକୁ ହ୍ୟାଣ୍ଡେଲ୍ କରିଛନ୍ତି । କଟକର ପରିସ୍ଥିତି ଆଉ ପାରିବେଶ ଯେଉଁ ଏବେ ଶାନ୍ତ ଅଛି । ଶାନ୍ତ ଥିବା କଟକକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଯଦି ପବର୍ତ୍ତାଇବାକୁ ଚାହିବେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ କଥା । ଅନ୍ୟପଟେ ମମତା ବାନାର୍ଜୀଙ୍କ କଟକ ସମ୍ପର୍କିତ ମନ୍ତବ୍ୟକୁ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ କାଉଣ୍ଟର । ମମତା କୁହାଳିଆ, କେତେବେଳେ କଣ କୁହନ୍ତି ନିଜେ ଜାଣନ୍ତି ନାହିଁ । ସେ ନିଜେ ପଶ୍ଚିମବଙ୍ଗରେ ଦଙ୍ଗା ତିଆରି କରୁଛନ୍ତି । ଆମ ସରକାର ଅନୀତି, ବେନିୟମକୁ କେବେବି ପ୍ରଶ୍ରୟ ଦିଅନ୍ତି ନାହିଁ ।
