ପ୍ରଥମ ଥର ବୈରାବି-ସାଇରଙ୍ଗ ନୂତନ ରେଳ ଲାଇନର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଆଜି ମିଜୋରାମ ପାଇଁ ଐତିହାସିକ ଦିନ । ମିଜୋରାମ ଆଇଜଲ ବୈରବି-ସୈରାଙ୍ଗା ରେଳ ଲାଇନ ଏବଂ ତିନୋଟି ନୂଆ ଟ୍ରେନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏଥି ସହିତ ଆଇଜଲରୁ ରାଜଧାନୀ ନୂଆଦିଲ୍ଲୀକୁ ପ୍ରଥମ ଟ୍ରେନ ଚଳାଚଳ କରିବ । ଅଶ୍ବିନୀ ବୈଷ୍ଣବ ମିଜୋରାମର ସୈରାଙ୍ଗ ରେଳ ଷ୍ଟେସନ ପରିଦର୍ଶନ କରିବା ସହ ଏହି ରେଳ ଲାଇନର ଗୁରୁତ୍ୱ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।ଏହା ସହ ପ୍ରଧାନମନ୍ତ୍ରୀ ମିଜୋରାମର ଆଇଜଲରେ ୯ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ମିଜୋରାମରେ କହିଥିଲେ ଯେ, “ଏହା ଦେଶ ପାଇଁ, ବିଶେଷକରି ମିଜୋରାମବାସୀଙ୍କ ପାଇଁ ଏକ ଐତିହାସିକ ଦିନ। ଆଜିଠାରୁ ଆଇଜଲକୁ ଭାରତର ରେଳ ମାନଚିତ୍ରରେ ଯୋଡା ଯାଇଛି। ମୁଁ ଏବେ ମିଜୋରାମର ଲେଙ୍ଗପୁଇ ବିମାନବନ୍ଦରରେ ଅଛି। ଦୁର୍ଭାଗ୍ୟବଶତଃ, ଖରାପ ପାଗ ଯୋଗୁଁ, ମୁଁ ଆଇଜଲକୁ ଯାଇପାରିଲି ନାହିଁ। କିନ୍ତୁ ଭିଡିଓ ମାଧ୍ୟମରେ ମଧ୍ୟ ମୁଁ ଆପଣଙ୍କ ଭଲାପାଇବା ଏବଂ ସ୍ନେହ ଅନୁଭବ କରିପାରୁଛିଛି।” ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମଣିପୁର ଗସ୍ତରେ ଯାଉଛନ୍ତି । ୨୦୨୩ କୁକି-ମୈତେଇ ହିଂସା ପରେ ଏହା ମୋଦିଙ୍କର ପ୍ରଥମ ଗସ୍ତ ।