ପ୍ରବାସୀ ଓଡ଼ିଆଙ୍କ ମହାସମାବେଶ: ଦମାମ ରେ କଳିଙ୍ଗାନର ଅଷ୍ଟମ ବାର୍ଷିକ ଉତ୍ସବଦାମାମ (ସାଉଦି ଆରବ)
ସାଉଦି ଆରବର ଅଗ୍ରଣୀ ଓଡ଼ିଆ ସାଂସ୍କୃତିକ ସଂଗଠନ **’କଳିଙ୍ଗନ’**ର ଅଷ୍ଟମ ବାର୍ଷିକ ଉତ୍ସବ ନଭେମ୍ବର ୨୧ ତାରିଖରେ ଦାମାମ ସହରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସାଉଦି ଆରବର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୬୫୦ରୁ ଅଧିକ ପ୍ରବାସୀ ଓଡ଼ିଆ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ମହତ୍ତ୍ୱକୁ ପାଳନ କରିଥିଲେ ।ଏହି ଉତ୍ସବରେ ବିଶିଷ୍ଟ ଶିଳ୍ପପତି ଡ଼ଃ ଦେବ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେ ଉପସ୍ଥିତ ସମସ୍ତ ଓଡ଼ିଆଙ୍କୁ ଏକାଠି ହୋଇ କାର୍ଯ୍ୟ କରିବାକୁ ତଥା ନିଜ ମାତୃଭୂମିର ଗୌରବ ବଢ଼ାଇବାକୁ ପ୍ରୋତ୍ସାହିତ କରିଥିଲେ ।ଓଡ଼ିଶୀ ନୃତ୍ୟ ଗୁରୁ ଶ୍ରୀ ଶାଶ୍ୱତ ଯୋଶୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଓଡ଼ିଆ କଳା ଓ ସଂସ୍କୃତି ଉପରେ ଆଲୋକପାତ କରିଥିଲେ ।କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାରର ରଙ୍ଗାରଙ୍ଗ ସାଂସ୍କୃତିକ ପ୍ରଦର୍ଶନ ପରିବେଷଣ କରାଯାଇଥିଲା ।

କଣ୍ଠଶିଳ୍ପୀ ସତ୍ୟଜିତ ପ୍ରଧାନ ଏବଂ ଅନିନ୍ଦିତା ଦାସ ନିଜର ସୁମଧୁର ଓଡ଼ିଆ ଗୀତ ମାଧ୍ୟମରେ ପ୍ରବାସୀଙ୍କୁ ବେଶ୍ ଝୁମାଇଥିଲେ ।ହାସ୍ୟ କଳାକାର Mr. ଗୁଲୁଆ ନିଜର ଚମତ୍କାର ବ୍ୟଙ୍ଗ ଓ ହାସ୍ୟରସ ମାଧ୍ୟମରେ ଦର୍ଶକମାନଙ୍କୁ ଆନନ୍ଦିତ କରିଥିଲେ ।ଓଡ଼ିଆ ପ୍ରତିଭା ଆଦିତ୍ୟ ମହାନ୍ତି ଏବଂ ଓଡ଼ିଶୀ ନୃତ୍ୟ ଶିଳ୍ପୀ ସାଗରିକା ମହାନ୍ତିଙ୍କ ନୃତ୍ୟ ପରିବେଷଣ ଦର୍ଶକମାନଙ୍କୁ ବିମୋହିତ କରିଥିଲା ।କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ଶାଶ୍ୱତ ଏବଂ ସାଗରିକାଙ୍କ ଦ୍ୱାରା ପ୍ରସ୍ତୁତ “ରଥ ପଥ ଜଗନ୍ନାଥ ” ଅଭିନୟ । ଏହି ଅଭିନୟ ସମ୍ପୂର୍ଣ୍ଣ ବାତାବରଣକୁ ଜଗନ୍ନାଥମୟ କରିଦେଇଥିଲା ଏବଂ ସମଗ୍ର କାର୍ଯ୍ୟକ୍ରମ ସ୍ଥଳ ‘ଜୟ ଜଗନ୍ନାଥ’ ଧ୍ୱନିରେ କମ୍ପି ଉଠିଥିଲା । କଳିଙ୍ଗାନର ସଦସ୍ୟମାନେ ମଧ୍ୟ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିଣିଥିଲେ ।ଏହି କର୍ଜ଼୍ୟକ୍ରମ ରେ କଳିଙ୍ଗାନର ଅଫିସିଆଲ୍ ୱେବସାଇଟ୍ www.kalingans.org ଲୋକାର୍ପିତ କରାଯାଇଥିଲା ।କଳିଙ୍ଗାନର ଅଷ୍ଟମ ବାର୍ଷିକ ପତ୍ରିକାର ‘ନାରୀ ଶକ୍ତି’ ସଂସ୍କରଣ ମଧ୍ୟ ଉନ୍ମୋଚନ କରାଯାଇଥିଲା ।କଳିଙ୍ଗାନର କୋର୍ କମିଟି ସଦସ୍ୟମାନେ ସଫଳତାର ସହ ଏହି ସମସ୍ତ କାର୍ଯ୍ୟକ୍ରମର ପରିଚାଳନା କରି ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ସାଂସ୍କୃତିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିଛନ୍ତି । ଓଡିଆ ଅସ୍ମିତା ର ଗୌରବମୟ ସଂସ୍କୃତିର ଅନନ୍ୟ ପରମ୍ପରା ର ଗାଥା ଓ କଥା, କବିତା ସଂସ୍କୃତି ଓ ପରମ୍ପରା ର ନିଆରା କାର୍ଯ୍ୟକ୍ରମ କୁ ବିଭିନ୍ନ ମହଲ ରେ କଳିଙ୍ଗନ ରେ ଏହି ପ୍ରୟାସ କୁ ପ୍ରସଂଶା କରାଯାଇଛି ।।ବ୍ୟୁରୋ ରିପୋର୍ଟ Hr TV ଓଡିଆ ।।
