ପ୍ରଶାସନିକ ଦକ୍ଷତା ବୃଦ୍ଧି ଲକ୍ଷ୍ୟ। AI ଉପକରଣ ପାଇଁ ସବୁ ବିଭାଗକୁ ଚିଠି

AI ରେ ଦୌଡ଼ିବ ମୋହନ ସରକାର, ପ୍ରଶାସନିକ ଦକ୍ଷତା ବୃଦ୍ଧି ଲକ୍ଷ୍ୟ। AI ଉପକରଣ ପାଇଁ ସବୁ ବିଭାଗକୁ ଚିଠି ଲେଖିଲା ସାଧାରଣ ପ୍ରଶାସନ ବିଭାଗ । ପ୍ରଶାସନିକ ସଂସ୍କାର ଏବଂ ସୁଶାସନ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଗୁରୁତ୍ବ।ପ୍ରଶାସନିକ କାର୍ଯ୍ୟ ଦକ୍ଷତା ବୃଦ୍ଧି ସହିତ ଅଧିକ କୁଶଳୀ ହେବା ଲାଗି AI ଉପକରଣ କିଣିବାକୁ କୁହାଯାଇଛି । ଶାସନ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ପ୍ରଶାସନିକ ଢାଞ୍ଚାରେ କୃତ୍ରିମ ବୁଦ୍ଧିମତ୍ତା ବା AIର ଉପଯୋଗ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।ସମସ୍ତ ବିଭାଗ AI ଉପକରଣ କିଣିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରଶାସନିକ କ୍ଷମତା ଦିଆଯାଇଛି । ଏହା ସହିତ କାର୍ଯ୍ୟାନ୍ଵୟନ ବେଳେ କେତେକ ଗୁରୁତ୍ଵପୂର୍ଣ୍ଣ ଦିଗକୁ ଧ୍ୟାନ ଦେବାକୁ ସରକାରଙ୍କ ପକ୍ଷରୁ ମଧ୍ୟ କୁହାଯାଇଛି । ସାଧାରଣ ପ୍ରଶାସନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରି ସବୁ ବିଭାଗ ସଚିବଙ୍କୁ ଚିଠି ଲେଖିଛନ୍ତି ।